ପୁଣି ଚାଲି ଚାଲି ଘରକୁ ଫେରିଲେ ପ୍ରସୂତି


ପାତ୍ରପୁର, ୨୨।୮ (ଡିଏନ୍‌ଏ): ସୋମବାର ଖାରିଆଗୁଡା ପଞ୍ଚାୟତ ପଳାଶପୁର ଗ୍ରାମର ଜଣେ ପ୍ରସୂତି ନବଜାତ ଶିଶୁ ସହ ଚାଲିଚାଲି ଘରକୁ ଫେରିଥିବା ବେଳେ ମଙ୍ଗଳବାର ଏହି ପଞ୍ଚାୟତର ଆଉଜଣେ ପ୍ରସୂତି ଚାଲିଚାଲି ଘରକୁ ଫେରିଛନ୍ତି। ଆଦିବାସୀ ଗାଁ ଖାରିଆନାଳ ଗ୍ରାମର ପରମାନନ୍ଦ ଶବରଙ୍କ ଝିଅ ସୁଷମା ଶବର ସୋମବାର ଗର୍ଭ ଯନ୍ତ୍ରଣା ପାଇବାରୁ ପରିବାର ଲୋକେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ବାହାରିଥିଲେ। ହେଲେ ଭଲ ରାସ୍ତା ନ ଥିବାରୁ ଦୋଳା ସାହାଯ୍ୟରେ ତାଙ୍କୁ ଷୋଳଭାଗପେଣ୍ଠ ଅଣାଯାଇଥିଲା। ସେଠାରୁ ସେ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସରେ ଯାଇଥିଲେ। ସେତବେଳକୁ ସନ୍ଧ୍ୟା ହୋଇଯାଇଥିଲା। ରାତି ପ୍ରାୟ ସାଢେ ୭ଟାରେ ସେ ଏକ ସନ୍ତାନ ପ୍ରସବ କରିଥିଲେ। ସମସ୍ତ ଚିକିତ୍ସା ପରେ ମଙ୍ଗଳବାର ୧୦୨ ଆମ୍ବୁଲାନ୍ସ ଯୋଗେ ଘରକୁ ଫେରିଥିଲେ। ତେବେ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଷୋଳଭାଗପେଣ୍ଠ ନିକଟରେ ଆମ୍ବୁଲାନ୍ସ ସୁଷମା ଓ ତାଙ୍କ ନବଜାତକକୁ ଛାଡି ଫେରିଯାଇଥିଲା। ସେଠାରୁ ଆଶାକର୍ମୀ, ପରିବାର ବର୍ଗ ଓ ନବଜାତ ଶିଶୁଙ୍କୁ ଧରି ସୁଷମା ଘରକୁ ଫେରିଥିଲେ। ଏ.ଗୁଡାରୀ, ମାଣ୍ଡିଆପଲୀ, ବି. ଗୁଡାରୀ, କରପଡା, ମହୁଲବାଡ, କରଡାବାଡି, ଜାଡିମହୁଲ ଆଦି ଗ୍ରାମର ଲୋକେ ଏହିରାସ୍ତା ଦେଇ ଯାତାୟତ କରିଥାନ୍ତି। ଉକ୍ତ ଗ୍ରାମରେ କେହି ରୋଗରେ ପଡିଲେ ଝଡାଫୁଙ୍କାକୁ ଆଦରି ନେଇଥାନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri