ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା


ଚନ୍ଦ୍ରଗିରି, ୨୨।୮- ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରିଠାରୁ ୮ କି.ମି. ଦୂର ଆଦିବାସୀବହୁଳ ଗଁା ବାଘମାରିରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ପୂର୍ଣ୍ଣ ମଣ୍ଡଳଙ୍କ ସ୍ତ୍ରୀ ଗୌରୀ ମଙ୍ଗଳବାର ସକାଳେ ରୋଷେଇ କରିବାକୁ ଗ୍ୟାସ ଲଗାଇଥିଲେ। ଗ୍ୟାସ ଲିକ୍‌ ଥିବାରୁ ସେଥିରେ ନିଅଁା ଲାଗି ଘରସାରା ବ୍ୟାପି ଯାଇଥିଲା। ପୂର୍ଣ୍ଣ ଏକ ଗ୍ରୋସରୀ ଦୋକାନ କରିଥିବାବେଳେ ତାଙ୍କର ଏକ ଅଟୋ ଥିଲା। ଅଗ୍ନିକାଣ୍ଡରେ ଗ୍ରୋସରୀ ଦୋକାନରେ ଥିବା ପ୍ରାୟ ୩୦ ହଜାର ଟଙ୍କାର ସାମଗ୍ରୀ, ଘରେ ଥିବା ନଗଦ ୮୦ ହଜାର ଟଙ୍କା, ଆସବାବପତ୍ର, ଧାନଚାଉଳ ଓ ସୁନାଗହଣା ପୋଡି ଯାଇଛି। ଗୌରୀ ନିଅଁାକୁ ଆୟତ୍ତ କରିବାକୁ ଯାଇ ଆହତ ହୋଇଛନ୍ତି। ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୋହନାରୁ ଦମକଳ ବାହିନୀ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଅଁାକୁ ଆୟତ୍ତ କରିଥିଲା। ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ ମିଖାଏଲ ରାଇକା, ସୁପରଭାଇଜର ସୁମନ୍ତ ଦଳବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri