ବ୍ରହ୍ମପୁର ଅଫିସ,୧୭ା୮(ସତ୍ୟବ୍ରତ ସାମଲ): ପିତା ମାତାଙ୍କ କଷ୍ଟର ମୂଲ୍ୟ କେହି କେବେ ଶୁଝି ପାରିବେ ନାହିଁ। ନିଜ ପିଲାଙ୍କ ପ୍ରତି ଥିବା ସ୍ନେହ ଓ ପ୍ରେମ ଆଗରେ ଅନ୍ୟ ସବୁ ବିକ୍ଷୟ ବାପା, ମା’ଙ୍କ ପାଖରେ ଫିକା ପଡିଥାଏ ା ଏହିଭଳି ପ୍ରମାଣିତ ହୋଇଛି ଦିବ୍ୟାଙ୍ଗ ଦମ୍ପତିଙ୍କ କ୍ଷେତ୍ରରେ ା ଦମ୍ପତି ଦ୍ୱୟ ନିଜର ଖୁସି, ଆନନ୍ଦକୁ ଭୁଲି ସନ୍ତାନଙ୍କ ଉଜ୍ଜଳ ଭବିଷ୍ୟତ ଓ ପେଟ ପାଟଣା ପାଇଁ ଭିକ୍ଷା ବୃତ୍ତିକୁ ଆପଣେଇ ଥିବା ଜଣାପଡିଛି ା ଏହିଭଳି ଏକ ଘଟଣା ବ୍ରହ୍ମପୁର ସହର ଉପକଣ୍ଠରେ ଦେଖିବାକୁ ମିଳିଛି ା ପ୍ରକାଶଯେ, ଗଜପତି ଜିଲା ମୋହନା ବ୍ଲକ ଡମ୍ବଗୁଡା ପଞ୍ଚାୟତ ସାରକା ଗ୍ରାମରେ ତାଙ୍କ ଜ୍ୟୋତି ମାଝି ଓ ଛୋଟା ମାଝିଙ୍କ ଘର ା ସେ ଜନ୍ମରୁ ଦିବ୍ୟାଙ୍ଗ ା ହେଲେ ଜ୍ୟୋତି ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିବାରୁ ନିଜ କାର୍ଯ୍ୟ କରିବାକୁ ଅସମର୍ଥ ଥିବା ବେଳେ ତାଙ୍କ ସ୍ବାମୀ ଛୋଟା ଅକ୍ଷମ ହୋଇଥିଲେ ମଧ୍ୟ ନିଜ କାର୍ଯ୍ୟ କରିପାରଥିଲେ ା ୨୦୦୧ରେ ଦୁଇ ପରିବାରର ସହମତି କ୍ରମେ ପରସ୍ପରକୁ ବିବାହ କରିଥିଲେ ା

ଅନ୍ୟପକ୍ଷରେ ଛୋଟା ଶାରୀରିକ ଅକ୍ଷମ ହୋଇଥିବାରୁ ଜିଲା ପ୍ରଶାସନ ତାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆର୍ଥିକ ସୁବିଧା ଯୋଗାଇ ଦେବା ପରେ ଏକ ତେଜରାତି ଦୋକାନ କରି ହସ ଖୁସିରେ ପରିବାର ଚଳାଉଥିଲେ ା ଇତି ମଧ୍ୟରେ ତାଙ୍କର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ା ଛୋଟା ମାଙ୍କ ରୋଜଗାର ଯୋଗୁ ପରିବାର ଗୁଜୁରାଣ ମେଣ୍ଟି ଯାଉଥିଲା ା ହେଲେ ଏହି ହସ ଖୁସିର ପରିବା ଉପରେ ୨୦୧୨ରେ ଏକ କଳାବାଦଲ ମାଡି ଆସିଲା ା ହଠାତ୍‌ ତାଙ୍କର ଏକ ସଡକ ଦୁର୍ଘଟଣା ଘଟିଲା। ଫଳରେ ଛୋଟାଙ୍କ ଅଚଳ ଗୋଡରେ ଅଧିକ ଆଘାତ ଲାଗିଲା ା ଯାହା ଚଲାବୁଲା କରିପାରଥିଲେ ସେତକ ବି ଆଉ ସେ କରିପାରିଲେ ନାହଁି ା ପ୍ରାୟ ୨ବର୍ଷ ଧରି ଘରେ ପଡିରହିଲେ ା ଯାହା ଫଳରେ ରୋଜଗାରର ଯେଉଁ ଗୋଟେ ମାଧ୍ୟମ ଥିଲା ତାହା ବି ବନ୍ଦ ହୋଇଗଲା ା ଏପରିକି କିଛି ଦିନ ଲୋକ ଘରୁ ମାଗି ଯାଚି ଖାଇବାକୁ ପଡିଲା ା

ହେଲେ ଲୋକ ଦେବା ନାମରେ ଟାହି ଟାପରା ଆରମ୍ଭ କରିବାରୁ ଏହାକୁ ସହି ନ ପାରି ସ୍ବାମୀ ଓ ସ୍ତ୍ରୀ ଉଭୟେ ନିଜ ସନ୍ତାନଙ୍କୁ ଧରି ମୋହନାରୁ ବ୍ରହ୍ମପୁରକୁ ଚାଲିଆସିଲେ ା ନିଜ ପାଖରେ ଆତ୍ମନିର୍ଭରଶୀଳ ହେବା ପାଇଁ ଇଛା ଥିଲେ ମଧ୍ୟ ଅର୍ଥବଳ ତାଙ୍କ ଇଛାଶକ୍ତିକୁ ଫିକାକରି ଦେଉଥିଲା ା ତେଣୁ ଦୁହେଁ କିଛି ଉପାୟ ନ ପାଇ ଶେଷରେ ଭିକ୍ଷା ବୃତ୍ତିକୁ ଆପଣେଇ ନେଇଥିଲେ ା ବ୍ରହ୍ମପୁର ସହରର ଗଜପତିନଗର ସ୍ଥିତ ୫ନଂ. ଗଳିରେ ଦୁହେଁ ରହୁଛନ୍ତି ା ଭିକ୍ଷା ବୃତ୍ତି କରି ସ୍ବାମୀ,ସ୍ତ୍ରୀ ପିଲା ୩ଙ୍କ ଖାଇବା ଏପରିକି ଘର ଭଡା ଟଙ୍କା ଦେବା ନିଜ ପାଇଁ ସଂଘର୍ଷ କରୁଛନ୍ତି ା କଷ୍ଟ ହେଉଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତ ପାଇଁ ତାଙ୍କୁ ଏହା କରିବାକୁ ପଡୁଛି ବୋଲି ସେ କହିଛନ୍ତି ା ଏପରିକି ଅନ୍ୟ ଦୁଇ ସନ୍ତାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ସେମାନଙ୍କୁ ମୋହନାରେ ଏକ ସରକାରୀ ଆବାସିକ ବିଦ୍ୟାଳୟରେ ଛାଡିଦେଇଛନ୍ତି ା ଶାରୀରିକ ଅକ୍ଷମମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ସହାଯ୍ୟ ସହଯୋଗ ଦେଉଥିବା ବେଳେ ଏହି ଦୁଇ ଦିବ୍ୟାଙ୍ଗ ଦମ୍ପତିଙ୍କ ପାଇଁ ସାତ ସପନ ହୋଇଛି ା ରହିବା ପାଇଁ ଘର ନାହଁି, ଏପରିକି ନିଜେ ଅନୁସୂଚିତ ଜାତିର ହୋଇଥିଲେ ମଧ୍ୟ ଜାତିଗତ ପ୍ରମାଣପତ୍ର ଟିଏ ଏଯାଏ ତାଙ୍କୁ ମିଳିପାରିନାହଁି ା ଏମାନେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ୩ ସନ୍ତାଙ୍କ ମୁହଁରେ ହସ ଫୁଟାଇବା ଲାଗି ସଂଘର୍ଷ ଜାରି ରଖିଛନ୍ତି ା

"/>

ସନ୍ତାନଙ୍କ ପାଖରେ ବନ୍ଧା ପଡ଼ିଲା ଜୀବନ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri