ଛତ୍ରପୁର,୧୭ା୮(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରରେ ବୁଧବାର ଅପରାହ୍ନଠାରୁ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇଛି ା ବୁଧବାର ଏଠାରୁ ସିଟିବସ୍‌ ଚଳାଚଳ କରିଛି । ଗୁରୁବାରଠାରୁ ସମସ୍ତ ସିଟିବସ, ମିନି ବସ୍‌, ମହିନ୍ଦ୍ରା ନୂଆ ବସଷ୍ଟାଣ୍ଡରୁ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ା ବୁଧବାର ଅପରାହ୍ନରେ ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ା ଛତ୍ରପୁର ଉପଜିଲାପାଳ ସୁଧାକର ଶବର ବୈଠକରେ ଅଧ୍ୟକ୍ଷତା କରି ଉପରୋକ୍ତ ସୂଚନା ଦେଇଥିଲେ ା ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଲୋୟର ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ ଭାବେ ଉଠିଯିବାକୁ ନିଷ୍ପତ୍ତି ହୋଇଛି ା ଲୋୟର ବସଷ୍ଟାଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଫ୍ରିଜୋନ୍‌ କରି ଦିଆଯିବ। ବର୍ତ୍ତମାନ ଅସ୍ଥାୟୀ ଆଲୋକ ବ୍ୟବସ୍ଥା କରାଯିବ ା ପରେ ଟେଣ୍ଡର କରି ଅନ୍ୟ ସବୁ ବିଦ୍ୟୁତ ସମ୍ବନ୍ଧୀୟ କାମ ତ୍ୱରାନ୍ବିତ କରିବାକୁ ବୈଠକରେ ଊପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା

ଏଣିକି ବ୍ରହ୍ମପୁରରରୁ ଆସୁଥିବା ଗାଡିଗୁଡିକ ଅପର ବସଷ୍ଟାଣ୍ଡ, ଜିଲାପାଳଙ୍କ ବଙ୍ଗଳା, ଡିଆରଡିଏ ଛକ , ଜାତୀୟ ରାଜପଥ ସର୍ଭିସ ରୋଡ ଦେଇ ନୂଆ ବସଷ୍ଟାଣ୍ଡରେ ପହଞ୍ଚତ୍। ସେହିପରି ନୂଆ ବସଷ୍ଟାଣ୍ଡରୁ ସଂସ୍କୃତି ଭବନ, ଅନସ୍ଲୋ ହାଇସ୍କୁଲ ଛକ, ଜିଲାପାଳଙ୍କ ବଙ୍ଗଳା ଓ ଅପରବସଷ୍ଟାଣ୍ଡ ଦେଇ ଗାଡିଗୁଡିକ ବ୍ରହ୍ମପୁର ଅଭିମୁଖେ ଯିବାକୁ ରୁଟ୍‌ ସ୍ଥିର ହୋଇଛି ା ନୂଆ ବସଷ୍ଟାଣ୍ଡ ଓ ସର୍ଭିସ ରୋଡ ସମ୍ପୂର୍ଣ୍ଣ ଭାବେ ସଫେଇ କାର୍ଯ୍ୟ କରିବାକୁ ଏନଏସି ନିର୍ବାହୀ ଅଧିକାରୀଙ୍କୁ ବୈଠକରେ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ଲୋୟର ବସଷ୍ଟାଣ୍ଡକୁ ଆଉ ଗାଡି ଆସିବନି ଏବଂ ନୂଆ ବସଷ୍ଟାଣ୍ଡରୁ ସବୁ ଗାଡି ଚଳାଚଳ କରିବ ବୋଲି ମାଇକ୍‌ ଦ୍ୱାରା ପ୍ରଚାର କରିବାକୁ ଛତ୍ରପୁର ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ା ଏଥିସହ ବଡମାଧପୁରରୁ ଆସୁଥିବା ଗାଡି ଗୁଡିକ ମଧ୍ୟ ଲୋୟର ବସଷ୍ଟାଣ୍ଡକୁ ଆସିବନି ା ରିକାପଲ୍ଲୀ ଦେଇ ଜାତୀୟ ରାଜପଥକୁ ଯିବ ଏବଂ ଏହାପରେ ଉକ୍ତ ଗାଡି ନୂଆ ବସଷ୍ଟାଣ୍ଡକୁ ଯିବ ବୋଲି ନିଷ୍ପତ୍ତି ହୋଇଛି ା ତେବେ ଏଥିପାଇଁ ବ୍ୟାଘ୍ର ଦେବୀ ମନ୍ଦିର ରାସ୍ତା ଓ ହାଟ ରାସ୍ତା ଚିହ୍ନଟ ହୋଇଛି ା ଏଥିରୁ ଗୋଟିଏ ଚୂଡାନ୍ତ କରିବାକୁ ତହସିଲଦାର ଶୁଭେନ୍ଦୁ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଯାଇ ପରିଦର୍ଶନ କରି ଫେରିଛନ୍ତି ା

ଉପଜିଲାପାଳଙ୍କ ସହ ଆଲୋଚନା ପରେ ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ହେବ ବୋଲି ଜଣାପଡିଛି ା ଲୋୟର ବସଷ୍ଟାଣ୍ଡ ଉଠିଗଲେ ମଧ୍ୟ ଏଠାରେ ଏକ ବସଷ୍ଟପ୍‌ କରିବାକୁ ଗାଡି ମାଲିକ ସଂଘ ସଭାପତି କିଶୋର ଚନ୍ଦ୍ର ସେନାପତି ପ୍ରସ୍ତାବ ଦେଇଥିଲେ। ମାତ୍ର ଏପରି କରାଯାଇପାରିବନି ବୋଲି ଉପଜିଲାପାଳ କହିଥିଲେ ା ଏ ସମ୍ପର୍କରେ ଜିଲାପାଳଙ୍କୁ ଜଣାଇବେ ବୋଲି ସଂଘ ସଭାପତି ସେନାପତି ସୂଚନା ଦେଇଛନ୍ତି। ଏଣିକି ଦୂରଗାମୀ ବସ ଗୁଡିକ ଜାତୀୟ ରାଜପଥରେ ଅଟକିବନି ା ନୂଆ ବସଷ୍ଟାଣ୍ଡ ଭିତରକୁ ଆସି ଗାଡିଗୁଡିକ ଯାତ୍ରୀ ଉଠାଇବେ ା ବୈଠକରେ ତହସିଲଦାର, ବିଡିଓ ବଂଶୀଧର ଖୋସଲା, ସାଉଥକୋର ନିର୍ବାହୀ ଯନ୍ତ୍ରୀ ପ୍ରଭାତ କର, ଏନଏସି ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ମିଶ୍ର, ଛତ୍ରପୁର ଥାନା ଆଇଆଇସି ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

"/>

କାର୍ଯ୍ୟକ୍ଷମ ହେଲା ନୂଆ ବସଷ୍ଟାଣ୍ଡ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri