ବାଇକ୍‌ ଦୁର୍ଘଟଣାରେ ଯୁବକ ମୃତ, ୩ ଆହତ


ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୬।୮(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସମସ୍ତଙ୍କ ଘର ଗଞ୍ଜାମ ଜିଲା ଲୁଚାପଡ଼ା ଗ୍ରାମରେ। ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲା ଲୁଚାପଡ଼ା ଗ୍ରାମର ଆଦିତ୍ୟ ପ୍ରଧାନ। ଆହତ ଲୁଚାପଡ଼ା ଗ୍ରାମର ବିକ୍ରମ ନାୟକ, କବିର ମଲ୍ଲିକ ଓ ଗଜପତି ଜିଲା ଅଡ଼ବା ଅଞ୍ଚଳର ଚନ୍ଦନ ନାୟକଙ୍କୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୋଲିସ ମୃତଦେହକୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇବା ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ସୂଚନାଯୋଗ୍ୟ, ଆଦିତ୍ୟ, ବିକ୍ରମ, କବିର ଓ ଚନ୍ଦନ ବିପଦଜନକ ଅବସ୍ଥାରେ ଏକ ବାଇକ୍‌ (ନଂ.ଓଆର୦୭କ୍ୟୁ-୦୫୫୩)ରେ ବ୍ରହ୍ମପୁର ପଟୁ ବ୍ରାହ୍ମଣୀଗାଁ ଦେଇ ଗଦାପୁର ଅଞ୍ଚଳକୁ ଯାଉଥିଲେ। ବ୍ରାହ୍ମଣୀଗାଁଠାରୁ କିଛି ଦୂର ପୁଇଗୁଡା ଗ୍ରାମର ମଶାଣିପଦା ବୁଲାଣି ରାସ୍ତାରେ ଚାଳକ ଗାଡି ଉପରୁ ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେଇଥିଲେ। ଏଥିରେ ସମସ୍ତେ ଆହତ ହୋଇଥିଲେ। ସେମାନଙ୍କୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବ୍ରାହ୍ମଣୀଗାଁ ଆଇଆଇସି କମଳଲୋଚନ ବେହେରା, ଏଏସଆଇ ପ୍ରମୋଦ ଦୀପ୍‌ ପ୍ରମୁଖ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏ ନେଇ ନଂ.୩୨/୧୭ରେ ଏକ ମାମଲା ରୁଜୁ ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri