ମାଧବପଲ୍ଲୀ ହତ୍ୟା ମାମଲା: ଜଣଙ୍କୁ ଆଜୀବନ କାରାଦଣ୍ଡ


ଭଞ୍ଜନଗର,୧୬।୮(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ ମାଧବପଲ୍ଲୀରେ ୨୦୧୨ରେ ଘଟିଥିବା ଏକ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଭଞ୍ଜନଗର ଏଡ଼ିଜେ ବିଧାନ କୁମାର ଚାନ୍ଦ ମାମଲାର ବିଚାର କରି ଅଭିଯୁକ୍ତ ଶଙ୍କର ନାଇକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ଏକ ବର୍ଷ କାରାଦଣ୍ଡ ଭୋଗିବା ପାଇଁ ବିଚାରପତି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି। ଭଞ୍ଜନଗର ଥାନା ଟୋକାଗଣ୍ଡାର ଶଙ୍କର ୨୦୧୨ ଅଗଷ୍ଟରେ ମାଧବପଲ୍ଲୀରେ ରହୁଥିବା ନିଜ ଭଉଣୀ ରୀତାଙ୍କ ଘରକୁ ବୁଲିବାକୁ ଯାଇଥିଲେ। ଶଙ୍କର ସେଠାରେ କିଛିଦିନ ରହିବା ପରେ କୌଣସି କାରଣକୁ ନେଇ ସେହି ମାସ ୫ ତାରିଖ ରାତିରେ ପ୍ରଥମେ ରୀତାଙ୍କୁ ପରେ ସେଠାରେ ଟିଭି ଦେଖୁଥିବା ଭଣଜା ରାଜେଶ ଓ ଭାଣିଜୀ ଶିଳ୍ପାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେମାନଙ୍କ ପାଟି ଶୁଣି ରୀତାଙ୍କ ଶ୍ୱଶୁର ମଲା ଘଟଣାସ୍ଥଳକୁ ଆସି ଶଙ୍କରଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଠା କରିଥିଲେ। ଶଙ୍କର ଧରିଥିବା ଧାରୁଆ ଅସ୍ତ୍ରରେ ମଲାଙ୍କ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରବର୍ଗ ସେଠାରେ ପହଞ୍ଚତ୍ ଆହତମାନଙ୍କୁ ବୁଗୁଡ଼ା ମେଡ଼ିକାଲକୁ ନେଇଯାଇଥିଲେ। ମଲାଙ୍କ ପୁଅ ବସନ୍ତଙ୍କ ଏତଲାକ୍ରମେ ପୋଲିସ ସେତେବେଳେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଏମ୍‌.ତାଜ୍‌ ଆଦେନୀ ଓ ମୁଦଲାଙ୍କ ପକ୍ଷରୁ ସୂର୍ଯ୍ୟ ନାରାୟଣ ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri