ଅଟୋ ସଂଘ, ପୋଲିସ ବୈଠକ ଅଟୋରେ ବେଶୀ ଛାତ୍ରୀଛାତ୍ର ନ ନେବାକୁ ଗୁରୁତ୍ୱ


ଭଞ୍ଜନଗର,୧୬।୮(ଡି.ଏନ.ଏ.)-ବୁଧବାରଠାରୁ ଟ୍ରାଫିକ୍‌ ଆଇନକୁ ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଟ୍ରାଫିକ୍‌ ଆଇନ କଡ଼ାକଡ଼ି ଲାଗୁ ହେବା ଦ୍ୱାରା ଅଟୋ ମାଲିକମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଗକୁ ଜୀବନ ଜିବୀକା ବିପର୍ଯ୍ୟସ୍ତ ହୋଇପଡ଼ିବାର ସମ୍ଭାବନା ରହିଛି। ଯାହାକୁ ନେଇ ଅଟୋ ମାଲିକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର ଅଟୋ ମାଲିକ ସଂଘ ପକ୍ଷରୁ ପୋଲିସ ସହ ଆଲୋଚନା ପାଇଁ ୨ଘଣ୍ଟା କାମ ବନ୍ଦ କରାଯାଇଥିଲା। ଏସ୍‌ଡ଼ିପିଓ ଉତ୍କଳ କେଶରୀ ଦାସ, ଥାନାଧିକାରୀ ଅଶ୍ୱିନୀ ସାହୁଙ୍କ ସହ ଅଟୋ ମାଲିକ ସଂଘର କର୍ମକର୍ତ୍ତାମାନେ ଆୟୋଜିତ ବୈଠକରେ ଆଲୋଚନା କରିଥିଲେ। ଅଧିକ ସଂଖ୍ୟକ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଅଟୋରେ ଯେପରି ନିଆଯାଇ ନ ପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା। ସାଧାରଣ ଯାତ୍ରୀ ନେବା ନିୟମକୁ ସାମାନ୍ୟ କୋହଳ କରିବା ପାଇଁ ବୈଠକରେ ସହମତି ପ୍ରକାଶ ପାଇଥିଲା। ଅଧିକାଂଶ ବାଇକ୍‌ ଚାଳକ ହେଲମେଟ୍‌ ବ୍ୟବହାର କରୁଥିବା ଲକ୍ଷ୍ୟ କରାଯାଇଛି। ହେଲ୍‌ମେଟ୍‌ ନାହିଁ ତ ପେଟ୍ରୋଲ ନାହିଁ ନିୟମକୁ ବୁଧବାରଠାରୁ କଡାକଡି ହୋଇଥିବାରୁ ହେଲମେଟ୍‌ ଦୋକାନଗୁଡ଼ିକରେ ଭିଡ଼ ଜମିଛି। କିନ୍ତୁ ୪ ଚକିଆ ଯାନ ଚାଳକମାନେ ସିଟ୍‌ ବେଲ୍ଟ ବାନ୍ଧୁ ନ ଥିବା ଲକ୍ଷ୍ୟ କରାଯାଉଛି। ଏଥିସହ ବସ୍‌ଗୁଡ଼ିକ ଦ୍ରୁତ ଗତିରେ ଯାତାୟତ କରୁଛି। ଏଥିପ୍ରତି ପ୍ରଶାସନ ଦୃଷ୍ଠି ଦେବାପାଇଁ ସାଧାରଣରେ ଦାବି ହୋଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri