ଅନାଥ ଗୁରୁବାରୀଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ

କୁନ୍ଦୁରା,୩୦।୧୦( ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ କେରିମିଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅନାଥ ଗୁରୁବାରୀ ଦୁରୁଆ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦେହ ଖରାପ ହେଲା। ଏହାକୁ ନେଇ ସେ ଡାକ୍ତରଙ୍କ ନିକଟକୁ ଯାଇଥିବା ବେଳେ ସମସ୍ତ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଲା ଯେ ଆଖିରେ ସମସ୍ୟା ରହିଛି। କିଛି ଦିନ ପରେ ଗୁରୁବାରୀକୁ ବାମ ଆଖିରେ ଦେଖିବା ଅସୁବିଧା ହେବା ପରେ ଚିକିତ୍ସା ଅବସ୍ଥାରେ ସେହି ଆଖିକୁ ଆଉ ସମ୍ପୂର୍ଣ୍ଣ ଦେଖାଗଲା ନାହିଁ। ଏହାକୁ ନେଇ ଜୟପୁର ଜିଲା ମୁଖ୍ୟ ଚିକିତ୍ସାଳୟ, କୋରାପୁଟ ମେଡିକାଲ କଲେଜ, ବିଶାଖାପାଟଣା,ରାୟପୁର ଏବଂ କଟକ ଏସସିବି ମେଡିକାଲ କଲେଜରେ ଚିକିତ୍ସା ହୋଇଥିଲେ। ସେଥିରେ ମଧ୍ୟ ଉପଶମ ଆସିନଥିବାରୁ ସେ ଚେରମୁଳି ଔଷଧ ମଧ୍ୟ ବ୍ୟବହାର କରିଛନ୍ତି। କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ମଧ୍ୟ ଅବସ୍ଥାରେ ସୁଧାର ଆସୁନଥିବାରୁ କର୍ମକୁ ଆଦରି ପ୍ରତିଦିନ ଦୁଇଟି ଲେଖାଏ ପ୍ଲେନ୍‌ କ୍ଳିଲର ଖାଇ ଘରେ ପଡ଼ିଥିବା ବେଳେ ଗ୍ରାମବାସୀ ତାଙ୍କର ଅସହ୍ୟ ଅବସ୍ଥା ଦେଖିନପାରି ବୁଧବାର କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଗୁରୁବାରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଡାକ୍ତର ଗଣେଶ ପ୍ରସାଦ ଦାସ ଏବଂ ହରିଶ୍ଚନ୍ଦ୍ର ପ୍ରଧାନ ଜୟପୁର ଜିଲା ଚିକିତ୍ସାଳୟକୁ ପଠାଇ ରକ୍ତ ଦେବାର ବ୍ୟବସ୍ଥା କରାଇଛନ୍ତି। ଏ ପଜିଟିଭ ରକ୍ତ ଆବଶ୍ୟକ ରହିଥିବା ବେଳେ ରକ୍ତ ଭଣ୍ଡାର ସହିତ ଯୋଗାଯୋଗ କରି ଗୁରୁବାରୀଙ୍କ ନିମନ୍ତେ ରକ୍ତ ଯୋଗାଡ଼ କରିଛନ୍ତି ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ। କିନ୍ତୁ ଦୁଃଖର ବିଷୟ ଯେ ଦୀର୍ଘ ବର୍ଷ ଧରି ଅନ୍ଧ ହୋଇଥିବା ଏହି ଜନଜାତି ସମ୍ପ୍ରଦାୟର ଅନାଥ ଝିଅ ବାରମ୍ବାର କୋରାପୁଟ ଏବଂ ଜୟପୁର ଡାକ୍ତରଙ୍କ ନିକଟକୁ ବିକଳାଙ୍ଗ ପ୍ରମାଣପତ୍ର ନିମନ୍ତେ ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ ପ୍ରମାଣପତ୍ର ଟିଏ ମିଳି ପାରୁନାହିଁ। ଡାକ୍ତର କହିବା ଅନୁଯାୟୀ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଅନ୍ୟ ଆଖିଟି ଅଳ୍ପ ଦେଖା ଯାଉଥିବା ବେଳେ ତାଙ୍କୁ ବିକଳାଙ୍ଗ ପ୍ରମାଣ ପତ୍ର ମିଳିପାରିବ ନାହିଁ। ଦୁଇଟି ଆଖି ଖରାପ ହେଲେ ଯାଇ ବିକଳାଙ୍ଗ ବୋଲି ଯୋଗ୍ୟ ହେବେ। ଗତ ଦିନରେ କୁନ୍ଦୁରା ଏବଂ ଜୟପୁରଠାରେ ଅନୁଷ୍ଠିତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଏଭଳି ଡାକ୍ତର କହିଥିବା ଗୁରୁବାରୀ କହିଛନ୍ତି। ଏହାର କିଛି ଦିନ ପରେ ଗୁରୁବାରୀଙ୍କ ଦେହରେ ଏତେ ଯନ୍ତ୍ରଣା ହେଲା ଯେ ସାହି ପଡୋଶୀ ଜାଣିପାରି ତାଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବୁଧବାର ଭର୍ତ୍ତି କରାଇଥିଲେ। ଏହା ଜାଣିବା ସଙ୍ଗେ ସଙ୍ଗେ କୁନ୍ଦୁରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପି ମନସ୍ମିତା ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅନ୍ତୋଦୟ ଗୃହ ଯୋଜନାରେ ଗୁରୁବାରୀଙ୍କୁ ସାମିଲ କରି ଘରଟିଏ ଯୋଗାଇ ଦେବାକୁ ପ୍ରତଶ୍ରୁତି ଦେଇଛନ୍ତି। ସେହିଭଳି ଭାବେ ଗୁରୁବାରୀଙ୍କ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଏମ୍ସ ପଠାଇବାର ସମସ୍ତ ସୁବିଧା କରାଯିବ ବୋଲି ବିଧାୟକ ପ୍ରତିନିଧି ବଦ୍ରି ନାରାୟଣ ଆଚାର୍ଯ୍ୟ ଏବଂ ଏମପି ପ୍ରତିନିଧି ତୁଷାର ଭଟ୍ଟ କହିଛନ୍ତି। ଗତ ଦିନରେ ପଞ୍ଚାୟତ ସମିତିରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ଏହି ଘଟଣାକୁ ନେଇ ସେ କିଭଳି ପେନସନ ଯୋଜନାରେ ସାମିଲ ହୋଇପାରିବ ତାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମୂଳ ଅଧିବାସୀ ସଙ୍ଘ ବରିଷ୍ଠ ଉପ ସଭାପତି ଚନ୍ଦ୍ର ସଗରିଆ, ବରିଷ୍ଠ ଖବରଦାତା ଅକ୍ଷୟ ପଟ୍ଟନାୟକ, ଧରିତ୍ରୀ ଖବରଦାତା ସନ୍ତୋଷ ପ୍ରହରାଜ କୁନ୍ଦୁରା ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ।

 

Dharitri – The Largest & Most Trusted Odia Daily

\


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍ କମ୍ ସମୟରେ ଘରେ ଘରେ ହୋଇଥିଲେ ପରିଚିତ, ଦେଖନ୍ତୁ ଏସବୁ ଭାଇରାଲ ଗୀତ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର ଅନ୍ୟତମ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏକ ସକ୍ରିୟ ସ୍ୱର ନିରବି ଯାଇଛି। ଖୁବ୍ କମ୍...

ଛାତ୍ରୀ ଅସଦାଚରଣ ମାମଲାର ରାୟ ପ୍ରକାଶ: ପ୍ରଧାନଶିକ୍ଷକଙ୍କୁ ମିଳିଲା…

ଭବାନୀପାଟଣା, ୧୭।୧୧: (ଉତ୍ତମ କୁମାର ଦାଶ): ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ଥାନା ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର...

ଦୂରେଇ ପାରିଲାନି ଛାଡ଼ପତ୍ର: ଧାଇଁଆସିଥିଲେ ସ୍ତ୍ରୀ, ହେଲେ ବଞ୍ଚିଲେନି…

ଭୁବନେଶ୍ୱର,୧୭।୧୧: ଆଉ ଶୁଭିବନି, ହ୍ୟୁମାନଙ୍କ ସ୍ବର, ସେ ରୋମାନ୍ସ, ସେ ଦୁଃଖ ସେ ଦମ୍‌ଦାର ଭଜନ। କାରଣ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଚିର...

‘ହେ ନବୀନ ବାବୁ…’ ଗୀତ ଗାଇଥିଲେ ହ୍ୟୁମାନ, ଟୁଇଟ୍‌ କରି ନବୀନ ଲେଖିଲେ ଏମିତି…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କ...

ହୋମିଓପାଥି ଚିକିତ୍ସକଙ୍କ ପରଲୋକ

ଦିଗପହଣ୍ଡି, ୧୭ା୧୧(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଶାସନ ସାହି ବାସିନ୍ଦା ତଥା ସହରର ଜଣାଶୁଣା ହୋମିଓପାଥି ଚିକିତ୍ସକ ଡ଼ା. ସୂର୍ଯ୍ୟ ନାରାୟଣ ନନ୍ଦଙ୍କ ୮୪ ବର୍ଷ...

ଏହି ସବୁ ରୋଗରେ ପୀଡିତ ଥିଲେ ହ୍ୟୁମାନ, ଶେଷରେ ହସ୍ପିଟାଲରେ ଆଖି ବୁଜିଲେ…

ଭୁବନେଶ୍ୱର,୧୭।୧୧: ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଲୋକପ୍ରିୟ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟିଛି। ୩୪ ବର୍ଷ ବୟସରେ ଏମ୍ସ ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ହ୍ୟୁମାନଙ୍କର...

ଗାଇଥିଲେ ‘ମଦରେ ତୁ ସାହାରା’, ଛାଡପତ୍ର ପରେ…

ଭୁବନେଶ୍ୱର,୧୭ା୧୧: ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।...

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୭ା୧୧: ଓଡ଼ିଶାର ସୁନାମଧନ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।...

Advertisement
Dharitri Youth Conclave 2025

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri