ହିମାଚଳପ୍ରଦେଶରେ ମତଦାନ ଆରମ୍ଭ


ଶିମ୍‌ଲା,୯। ୧୧:  ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ୬୮ ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଉଛି। ଏଥିରେ ରାଜ୍ୟର ୫୦,୨୫,୯୪୧ ଭୋଟର ସେମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ କରିବେ। ୭,୫୨୫ ମତଦାନ କେନ୍ଦ୍ରରେ ଭୋଟଗ୍ରହଣ ପାଇଁ ୩୭,୬୦୫ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାଜ୍ୟରେ ୧୩,୦୦ ବୁଥ ଉତ୍ତେଜନା ପ୍ରବଣ ଥିବାରୁ  ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ୧୭,୮୫୦ ପୋଲିସ କର୍ମୀ ଓ ୬୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳଙ୍କୁ ମୁତୟନ କରାଯାଇଛି। କଂଗ୍ରେସ ସବୁ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଭାଜପା ୪୨, ସିପିଆଇ(ଏମ୍‌) ୧୪, ସିପିଆଇ ୩ ଆସନରେ ପ୍ରାର୍ଥୀ ଦେଇଛି।  ନିର୍ବାଚନ ଲଢ଼ୁଥିବା ୩୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୬୨ ଜଣ ହେଉଛନ୍ତି ବିଧାୟକ। ପ୍ରାର୍ଥୀଙ୍କ ମଧ୍ୟରେ ୧୯ ଜଣ ମହିଳା ଅଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri