ପିକ୍‌ନିକ୍‌ ସ୍ପଟ୍‌: କାନଝରୀ ଡ୍ୟାମ୍‌


କେନ୍ଦୁଝର, ୭।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ସଦର ମହକୁମା, ଘଟଗାଁ ଓ ପାଟଣା ବ୍ଲକ ଅଞ୍ଚଳକୁ ଜଳସେଚନ ଉଦେଶ୍ୟରେ ୧୯୭୫ ମସିହାରେ ନିର୍ମାଣ କରାଯାଇଥିଲା। କାନଝରୀ ଡ୍ୟାମ୍‌ ଯାହାକି ଏକ ଆକର୍ଷଣୀୟ ପିକ୍‌ନିକ୍‌ ସ୍ପଟ୍‌ରେ ପରିଣତ ହୋଇଛି। ଶୀତଦିନେ ଏଠାରେ ପିକ୍‌ନିକ୍‌ ପାଟିର ଭିଡ଼ ଜମିଥାଏ। ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ଅତି ମନୋରମ। ଡ୍ୟାମର ଲମ୍ବ ପ୍ରାୟ ୧୨୪୪ ମିଟର, ଉଚ୍ଚତା ୨୯.୫୦ ମିଟର । ଏହାର ଚାରିପାର୍ଶ୍ୱକୁ ଘେରି ରହିଛି ଘଞ୍ଚ ଜଙ୍ଗଲ। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ଦୃଶ୍ୟ ରୋମାଞ୍ଚକର। ବର୍ଷର ବିଭିନ୍ନ ସମୟରେ ଏଠାକୁ ବହୁସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି। ଏହା ନିକଟରେ ରହିଛି ଫୁଲବଗିଚା । ସନ୍ଧ୍ୟା ସମୟରେ ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ପାଣି ପିଇବାକୁ ଆସିଥାନ୍ତି। ଅନେକ ଚଢ଼େଇ ଏହି ଡ୍ୟାମକୁ ଆସି ପାଖ ଜଙ୍ଗଲରେ ଆଶ୍ରୟ ନେଇଥାନ୍ତି। ଏଠାରେ ଜଳସମ୍ପଦ୍‌ ବିଭାଗର ଏକ ଗେଷ୍ଟ ହାଉସ ରହିଛି। ଜଳଭଣ୍ଡାରରୁ ମାଛ ମରା ଦୃଶ୍ୟ ଅନେକଙ୍କୁ ବିମୋହିତ କରିଥାଏ। ବନ୍ଧ ଉପରେ ଥିବା କାନଝରୀ ନିଳୟରୁ ବନ୍ଧର ସୌନ୍ଦର୍ଯ୍ୟ ଭଲ ଭାବରେ ଉପଭୋଗ କରିହୁଏ। ଏଠାରେ ପିକ୍‌ନିକ୍‌ କରିବା ପାଇଁ ପ୍ରସସ୍ତ ସ୍ଥାନ ରହିଛି । ଡ୍ୟାମ ନିକଟ ଏବଂ କେନାଲ ନିକଟରେ ଲୋକେ ଭୋଜିଭାତ କରିଥାନ୍ତି। ଶୀତ ଦିନେ ଦୂରଦୁରାନ୍ତରୁ ଛାତ୍ରୀଛାତ୍ର ଆସି ବଣଭୋଜି କରିଥାନ୍ତି। ଏଠାରେ ରହିବା ପାଇଁ ଯଦିଓ ବ୍ୟବସ୍ଥା ଅଛି ତେବେ ଜଳସଂପଦ ବିଭାଗର ଅନୁମତି ନେବାକୁ ପଡ଼ିଥାଏ । କେମିତି ଯିବେ... ଭୁବନେଶ୍ୱରରୁ ବସ ବା କାର ଯୋଗେ କେନ୍ଦୁଝରକୁ ଆସି ଘଟଗାଁ ଦେଇ ପ୍ରାୟ ୨୫ କି.ମି. ଦୂର ଗଲେ କାନଝରୀ ଛକରେ ଓହ୍ଲାଇବାକୁ ପଡ଼େ। ସେଠାରୁ ୬ କି.ମି. ଦୂରରେ ମନୋରମ କାନଝରୀ ଡ୍ୟାମ ରହିଛି । ଟ୍ରେନରେ କେନ୍ଦୁଝର ଆସି ସେଠାରୁ ମଧ୍ୟ କାନଝରୀକୁ ଯାଇ ହୁଏ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri