ଅମ୍ଳୀୟ ମାଟି ଉତ୍ପାଦନ କମାଉଛି


କେନ୍ଦୁଝର ୭।୧୨(ସ୍ବ.ପ୍ର.)-କେନ୍ଦୁଝର ଜିଲାର ମାଟିର ମୁଖ୍ୟ ସମସ୍ୟା ହେଉଛି ଅମ୍ଳତା। ସରକାରୀ ଭାବରେ କେନ୍ଦୁଝର ଜିଲାର ୬୯ ପ୍ରତିଶତ ଚାଷ ଜମିର ମାଟି ଅମ୍ଳୀୟ। ପ୍ରକୃତରେ ବେସରକାରୀ ଭାବରେ ଏହାର ପରିମାଣ ୭୫ରୁ ୮୦ ପ୍ରତିଶତ ହେବ ବୋଲି କୁହାଯାଉଛି। ତେଣୁ ଫସଲର ଉତ୍ପାଦନ କ୍ଷମତା ହ୍ରାସ ପାଉଛି। ଜିଲାରେ ମୁଗ, ବିରି ଆଦି ଡାଲି ଜାତୀୟ ଫସଲ ଭଲ ତଥା ଅନ୍ୟାନ୍ୟ ଅର୍ଥ ଆମଦାନିକାରୀ ଫସଲ ଚାଷ ହୋଇଥାଏ। ଏହି କାରଣରୁ ଉପତ୍ାଦନ ଆଶାନୁରୂପ ହୋଇ ପାରୁନାହିଁ। ମାଟିର ଉର୍ବରତା କମିଯାଇ ଉପତ୍ାଦନ କ୍ଷମତା ହ୍ରାସ ପାଇଥାଏ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି। ଏହି ଅମ୍ଳୀୟ ମାଟିର ନିରାକରଣ ପାଇଁ ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଉ ନାହିଁ। ତେଣୁ ବ୍ୟାପକ ଚାଷ କ୍ଷତି ହେଉଥିବା କୁହାଯାଉଛି। ଅମ୍ଳ ମାଟିର ନିରାକରଣ କରାଯିବା ଜରୁରୀ। ଏଥି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଚାଷୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। କାଗଜ କଳର ମଇଳା, ଏକରକୁ ପିଛା ୨ କ୍ୱିଇଟାଲ ମାଟିରେ ପକାଇଲେ ନିରାକରଣ ହୋଇ ପାରିବ ବୋଲି ବିଶେଷଜ୍ଞମାନେ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ କୁମାର ନାଥ କହିଛନ୍ତି। ଖଣି ଦ୍ୱାରା ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଉକ୍ତ ଅଞ୍ଚଳରେ ମଧ୍ୟ ଭଲ ଚାଷ ହୋଇ ପାରିବ। କିନ୍ତୁ ଲୁହାଗୁଣ୍ଡ ହେଉଛି ପ୍ରଦୂଷଣ ଜନୀତ ସମସ୍ୟା। ଖଣି ଅଞ୍ଚଳରେ ଭଲ ଚାଷ ହେଉନାହିଁ। ଖଣି ଦ୍ୱାରା ମାଟିର ଉର୍ବରତା ନଷ୍ଟ ହୋଇ ନ ଥାଏ ବୋଲି କେତେକ ବିଶେଷଜ୍ଞ କହୁଥିବା ବେଳେ ଖଣିର ବଜ୍ୟବସ୍ତୁର ମଇଳା ଆବର୍ଜନା ପାଣି ଓ ମାଟିର ଆସ୍ତରଣ ଚାଷ ଜମିରେ ପଡିବା ଦ୍ୱାରା ଚାଷ ଜମି ଟାଙ୍ଗରା ହୋଇ ଅବ୍ୟବହାର ଯୋଗ୍ୟ ହୋଇ ପଡ଼େ କେତେକ ମତବ୍ୟକ୍ତ କରୁଛନ୍ତି। ଜିଲାରେ ସମୁଦାୟ ୮ ଲକ୍ଷ ୩୧ ହଜାର ହେକ୍ଟର ଜମିରୁ ୨ ଲକ୍ଷ ୯୭ ହଜାର ହେକ୍ଟର ଜମିରେ ହେଉଛି ଚାଷ। ସେଥିରୁ ୧ ଲକ୍ଷ ୮୦ ହଜାର ହେକ୍ଟର ଜମିରେ ଧାନ ଚାଷ ହେଉଛି। ଜିଲାରେ ମୁଗ, ବିରି, ଡାଲି, ସୋରିଷ, ରାଶି ଆଦି ଡାଲି ଓ ତେଲ ଜାତୀୟ ଫସଲ ହେଉଛି ା ଆମ୍ବ ଚାଷ ବିଭିନ୍ନ ଯୋଜନାରେ କରାଯାଉଛି। ବାଗାନ ମଧ୍ୟରେ (ଇଂଟର କ୍ରୋପିଂ) ଚାଷ କରାଯାଇ ପାରନ୍ତା। ତାହା କରାଯାଉନାହିଁ। ଏଥିରେ ମୁଗ, ବିରି, ସପୁରୀ ଆଦି ଚାଷ କରାଯାଇପାରିବ। ପାହାଡିଆ, ଗଡାଣିଆ ତଥା ଆଦିବାସୀ ଅଞ୍ଚଳରେ ଏହି ଚାଷ ପର୍ଯ୍ୟାପ୍ତ ପରିମାଣରେ ହୋଇ ପାରିବ। ଏଥିପାଇଁ ଲୋକଙ୍କୁ ସେ ଦିଗରେ ସଚେତନ କରିବା ସହ ସେମାନଙ୍କ ଉପତ୍ାଦିନ ସାମଗ୍ରୀକୁ ବିକ୍ରିବଟା ପାଇଁ ବ୍ୟବସ୍ଥା କରାଗଲେ ହଜାର ହଜାର ଚାଷୀ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ ପାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri