ଆରଡି ପୀଠ ପାଇଁ ପ୍ରୋଜେକ୍ଟ ମଡେଲର ସମୀକ୍ଷା


ଆରଡି,୭। ୧୨(ଡି.ଏନ.ଏ.)-ଭଦ୍ରକ ଜିଲାସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡି ବିକାଶ ଲାଗି ପ୍ରସ୍ତୁତ ମାଷ୍ଟର ପ୍ଲାନ୍‌ କାର୍ଯ୍ୟକାରୀ କରିବା ସକାଶେ ଜିଲା ପ୍ରଶାସନ ଓ ଇନ୍‌ଟ୍ୟାକ ଟିମ୍‌ ମିଳିତ ଭାବେ ଦାୟିତ୍ୱ ହାତକୁ ନେଇଛନ୍ତି । ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ପ୍ରୋଜେକ୍ଟ ମଡେଲ । ଏହି ମଡେଲ ଅନୁସାରେ ୨୪ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗୁରୁବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ, ଉପଜିଲାପାଳ ନରୋତ୍ତମ ବେହେରା, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଇନଟ୍ୟାକ ଡାଇରେକ୍ଟର ମଲ୍ଲିକା ମିତ୍ର, ଜିଲା ସ୍ପେଶାଲ ପ୍ଲାନିଂ ଅଫିସର ନବଘନ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ଡ୍ରେନେଜ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ, ଯାଜପୁର ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ , ଟ୍ରଷ୍ଟ ସଭ୍ୟ ଆଶିଷ ପାଢୀ , ବରିଷ୍ଠ ସେବାୟତ ଇଂ ସରୋଜ କୁମାର ପାଢୀ , ଅଧ୍ୟାପକ ବିଜୟ ବିଜୟ କୁମାର ଦାଶ , ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ , ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ପୀଠରେ ଥିବା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ , ନୂଆ ମାର୍କେଟ କମ୍ପ୍ଲେକ୍ସ ପ୍ରତିଷ୍ଠା , ନୂତନ ମନ୍ଦିର କାର୍ଯ୍ୟାଳୟ ଓ କଲ୍ୟାଣ ମଣ୍ଡପ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପରେ ଅଧିକାରୀମାନେ ନୂଆ ପ୍ରୋଜେକ୍ଟ ନେଇ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। ପୀଠର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଜବରଦଖଲ ହୋଇଥିବା ସରକାରୀ ତଥା ଠାକୁରଙ୍କ ସମ୍ପତ୍ତି ଉଦ୍ଧାର କରିବା ଉପରେ ଭଦ୍ରକ ଉପଜିଲାପାଳ ଗୁରୁତ୍ୱ ଆରୋପ କରିଥିଲେ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri