ଧାମରାରେ ଜମି ଚିହ୍ନଟ: ମେଡିକାଲକୁ ହଁ ଷ୍ଟାଡିୟମକୁ ନାଁ


ଚାନ୍ଦବାଲି,୭।୧୨(ଡି.ଏନ.ଏ.)-ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ ଗୁରୁବାର ଅପରାହ୍ଣରେ ଧାମରା ଗସ୍ତ କରିଥିଲେ ।ବନ୍ଦର କମ୍ପାନୀ ଧାମରାରେ ଏକ ୩୦ ଶଯ୍ୟା ବିଶିଷ୍ଟ ମେଡିକାଲ ପ୍ରତିଷ୍ଠା ପାଇଁ ଜିଲା ପ୍ରଶାସନ ନିକଟରେ ଜମି ଯୋଗାଇ ଦେବାକୁ ପୂର୍ବରୁ ଆବେଦନ କରିଥିଲା । ଧାମରା ଆରଆଇ ସର୍କଲ ଅଧୀନ ନରସିଂହପ୍ରସାଦ ମୌଜାରେ ଥିବା ରକ୍ଷିତ ଜମିରୁ ୫୦ ଡିସିମିଲ ଜମି ମେଡିକାଲକୁ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ଓ ଚିହ୍ନଟ କାର୍ଯ୍ୟ ପାଇଁ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜମି ଅଧିଗ୍ରହଣ ପରେ ଖୁବଶୀଘ୍ର ଡାକ୍ତରଖାନା ପାଇଁ କୋଠାବାଡି ନିର୍ମାଣ ହେବ । ଅପରପକ୍ଷେ ଧାମରାରେ ଏକ ମିନି ଷ୍ଟାଡିୟମ ପାଇଁ ଉପଯୁକ୍ତ ଜମି ମିଳି ନ ଥିବା ଜଣାପଡିଛି । କରଞ୍ଜମାଳ ପଞ୍ଚାୟତର ବଜାରପୁର ମୌଜାର ଥିବା ପ୍ରାୟ ୧୦ ଏକର ସଂରକ୍ଷିତ ଜମିରେ ଏହି ଷ୍ଟାଡିୟମ ନିର୍ମାଣ ପ୍ରସ୍ତାବ ଥିବାରୁ ଜିଲାପାଳ କାଗଜପତ୍ର ଦେଖିଥିଲେ । ତେବେ ଆବଶ୍ୟକୀୟ ସରକାରୀ ସର୍ତ୍ତ ପୂରଣ ହୋଇ ନ ପାରିବାରୁ ଷ୍ଟାଡିୟମ ପାଇଁ ଜମି ଅଧିଗ୍ରହଣ ଏବେ ସମ୍ଭବ ନୁହେଁ ବୋଲି କୁହାଯାଇଛି। ଏଥିପାଇଁ ଧାମରାରେ ଅନ୍ୟ ସ୍ଥାନରେ ଜମି ଦେଖିବାକୁ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳଙ୍କ ଏହି ଗସ୍ତ ସମୟରେ ଧାମରା ଆରଆଇ ସର୍କଲରେ ଜଙ୍ଗଲ ଜମି ବିବାଦର ମଧ୍ୟ ତଦନ୍ତ କରାଯାଇଥିଲା। ବେଆଇନ ଭାବେ ପାଉତି କଟାଯିବା ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri