ସିମୁଳିଆରେ ଜମି ଜାଲିଆତି ମାମଲା: ଅନଶନରେ ବସିଲେ ପୂର୍ବତନ ବିଧାୟକ


ସିମୁଳିଆ, ୭।୧୨(ଡି.ଏନ୍‌.ଏ.)-ଗତ ନଭେମ୍ବରରେ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଧୀନ ମଇତାପୁର ଅଞ୍ଚଳର କ୍ଷୀରୋଦ କୁମାର ସାହୁ ଓ ତାଙ୍କ ଭାଇ ସୁରଙ୍କ ନାମରେ ଥିବା ଜମିକୁ ଜାଲିଆତି କରାଯାଇ ବିକ୍ରୀ କରି ଦିଆଯାଇଛି । ଏହାକୁ ବିରୋଧ କରି କ୍ଷୀରୋଦ ଓ ତାଙ୍କ ସ୍ତ୍ରୀ ମାନିନୀ ସାହୁ ଗତ ବୁଧବାର ଉପନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଏହାକୁ ସମର୍ଥନ ଜଣାଇ ସିମୁଳିଆର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ତାଙ୍କ ସମର୍ଥକଙ୍କ ସହ ଗୁରୁବାର ମଧ୍ୟାହ୍ନରୁ ଧାରଣାରେ ବସିଛନ୍ତି। କେବଳ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ବ୍ୟତୀତ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଅନଶନ ସ୍ଥଳରେ ପହଞ୍ଚିନାହାନ୍ତି। ଏହି ଜାଲିଆତି ମାମଲାରେ ସଂଶ୍ଲିଷ୍ଟ ବିଭାଗୀୟ ଅଧିକାରୀ ଓ କ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ଏହି ଅନଶନ ଜାରି ରହିବ । ଆବଶ୍ୟକ ପଡିଲେ ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହେବେ ବୋଲି ପୂର୍ବତନ ବିଧାୟକ ପଣ୍ଡା ସୂଚନା ଦେଇଛନ୍ତି। ଗତ ନଭେମ୍ବରରେ ମଇତାପୁର ଅଞ୍ଚଳର ସୁର ଓ କ୍ଷୀରୋଦ କୁମାର ସାହୁଙ୍କ ଜମିକୁ ଜାଲିଆତି କରାଯାଇ ୭ଜଣଙ୍କୁ ବିକ୍ରୀ କରାଯାଇଛି । ଏଥିରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କିଣିଥିବା ୭ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳ, ପୋଲିସ, ତହସିଲଦାରଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ୧ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ବୁଧବାର ସନ୍ଧ୍ୟାରେ ତହସିଲଦାର ରମେଶ ଚନ୍ଦ୍ର ଯେନା ପହଞ୍ଚି ବୁଝାଶୁଝା କରିବା ସହିତ ଗତ ତା ୩୦ା୧୦ା୧୭ରିଖରେ ନୋଟିସ କରିବା ପରେ ଗତ ତା୨୦।୧୧।୧୭ରିଖରେ ନାମଜାରୀ ଆବେଦନକୁ ଖାରଜ କରିଦେଇଥିବା କହିଥିଲେ । ପୂର୍ବତନ ବିଧାୟକଙ୍କ ସମେତ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ସାହୁ, ବନମାଳୀ ବିଶ୍ୱାଳ, ରାଧାରମଣ ପଟ୍ଟନାୟକ ପ୍ରମୁଖ ବରିଷ୍ଠ କର୍ମକର୍ତ୍ତା ଅନଶନରେ ସାମିଲ ହୋଇଛନ୍ତି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri