ରାସ୍ତା ଜବରଦଖଲ ଘଟଣା: ୭ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ


ଖନ୍ତାପଡ଼ା, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅରୁହାବାଡ଼ ପଞ୍ଚାୟତ ରୂପଖଣ୍ଡ ଗ୍ରାମର ୯ନଂ. ୱାର୍ଡ଼ ଉତ୍ତରସାହିର ଅସ୍ତିଆ ଆଡ଼ି ପୋଖରୀ ପାର୍ଶ୍ୱରେ ଥିବା ରାସ୍ତାକୁ ଜଣେ ବ୍ୟକ୍ତି ୫ ମାସ ହେଲା ବନ୍ଦ କରିଦେଇଛନ୍ତି। ଫଳରେ ୪ଟି ପରିବାର ଘରୁ ବାହାରକୁ ବାହାରି ନ ପାରି ଧାନ କିଆରି ମଧ୍ୟ ଦେଇ ୧ କି.ମି. ରାସ୍ତା ବୁଲି ବୁଲି ଯାଉଥିଲେ। ଗ୍ରାମର ଚାଷୀମାନେ ମଧ୍ୟ ଜମି ଦେଇ ସେମାନଙ୍କ ଯାତାୟାତକୁ ବାରଣ କରିଥିଲେ। ଫଳରେ ୪ଟି ପରିବାରର ୨୫ରୁ ଊର୍ଦ୍ଧ୍ୱ ଲୋକ ବନ୍ଦୀ ଜୀବନ ବିତାଉଥିଲେ। ସ୍କୁଲକୁ ଛୋଟ ଛୋଟ ପିଲାମାନେ ୫ମାସରୁ ଊର୍ଦ୍ଧ୍ୱ ସମୟ ଧରି ଯାଇପାରୁ ନ ଥିବାବେଳେ ବାରମ୍ବାର ବାହାନଗା ବ୍ଲକ, ତହସିଲ ଏବଂ ଶେଷରେ ଜିଲାପାଳଙ୍କଠାରେ ଦ୍ୱାରସ୍ଥ ହୋଇ ନିରାଶ ହୋଇଥିଲେ। ଏନେଇ ଗତ ସେପ୍ଟେମ୍ବର ୮ ତାରିଖରେ ଧରିତ୍ରୀରେ ‘ବନ୍ଦୀ ଜୀବନ ବିତାଉଛନ୍ତି ୪ ପରିବାର ସଦସ୍ୟ ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ତହସିଲ ପ୍ରଶାସନ ତରଫରୁ ଘଟଣାସ୍ଥଳକୁ ଅନୁଧ୍ୟାନ କରାଯାଇଥିଲା। ଚଳିତ ମାସ ୪ତାରିଖରେ ବାଲେଶ୍ୱର ଅତିରିକ୍ତ ଜିଲାପାଳ ମନ୍ମଥ କୁମାର ପାଣି ଏହି ସମସ୍ୟାକୁ ଗୁରୁତର ସହ ନେଇ ବାହାନଗା ତହସିଲଦାର ପ୍ର୍ରିୟବ୍ରତ ପାଢୀଙ୍କୁ ଆସନ୍ତା ୭ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେବା ସହ ୪ ପରିବାରକୁ ଡକାଇ ୭ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ତହସିଲଦାର ପାଢୀ କହିଛନ୍ତି । ଉକ୍ତ ରାସ୍ତାକୁ ଜବରଦଖଲକାରୀଙ୍କୁ ମଧ୍ୟ ଉପଜିଲାପାଳ ଏବଂ ତହସିଲଦାର ଗୋପାଳପୁର ତହସିଲ କାର୍ଯ୍ୟାଳୟକୁ ଡାକିଥିଲେ ମଧ୍ୟ ସେ ଆସି ନ ଥିବା ଜଣାପଡ଼ିଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri