ସହରର ପ୍ରମୁଖ ରାସ୍ତା ଅବରୋଧ: ଅଭିଯୋଗ କଲା ଯୁବ ଓଡ଼ିଶା ସଙ୍ଗଠନ


ବାଲେଶ୍ୱର ଅଫିସ, ୭।୧୨-ବାଲେଶ୍ୱର ମ୍ୟୁନିସିପାଲିଟିର ୯ନଂ. ୱାର୍ଡ଼ରେ ସେଣ୍ଟ୍ରାଲ ସ୍କୁଲ ଛକରୁ ପୋଲିସ୍‌ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ହେଲା ହୋଇପାରୁନାହଁ। ରାସ୍ତା ମଝିରେ ୨ଟି ପୋଲିସ କ୍ୱାର୍ଟର୍ସ ରହିଥିବାରୁ ନିର୍ମାଣ କାର୍ଯ୍ୟ ଅଟକି ରହିଛି। ଫଳରେ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ସମସ୍ୟା ସମ୍ପର୍କରେ ବାରମ୍ବାର ଦାବିପତ୍ର ଦେବା ସତ୍ତ୍ୱେ ଏଯାବତ୍‌ ସମାଧାନ ହୋଇପାରୁ ନାହଁ। ଆଇଜିଙ୍କ କାର୍ଯ୍ୟାଳୟରୁ ଉକ୍ତ ୨ଟି କ୍ୱାର୍ଟର୍ସ ଜିଲା ପ୍ରଶାସନକୁ ହସ୍ତାନ୍ତର କରିବା ନିମନ୍ତେ ଗତ ତା ୮।୧୧।୨୦୧୭ରିଖରେ ଏକ ଚିଠି ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଛି। ଏହାପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ଅବିଳମ୍ବେ ଏହାକୁ କାର୍ଯ୍ୟକାରୀ ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ‘ଯୁବ ଓଡ଼ିଶା’ର ରାଜ୍ୟ ସଭାପତି ଉପେନ୍ଦ୍ର ଭଞ୍ଜ କହିଥିବା ବେଳେ ଏସ୍‌ପି ଅଫିସ୍‌ରେ ପହଞ୍ଚ ତୁରନ୍ତ କ୍ୱାର୍ଟର୍ସ ହସ୍ତାନ୍ତର କରିବାକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ସଙ୍ଗଠନର ଜିଲାସଭାପତି କ୍ରିଷ୍ଣା ପ୍ରଧାନ, ଦମୟନ୍ତୀ ପଣ୍ଡା, କନିଜ୍‌ ଫାତିମା, ମିଲନ କରଣ, ଗୀତା ଦେବୀ, ସାଗରିକା ମହାନ୍ତି, ଶେଖ୍‌ ୟୁନୁସ୍‌, ମହମ୍ମଦ ଇକବାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri