ଖାଦ୍ୟ ନ ପାଇ ଜନବସତିମୁହାଁ ହାତୀପଲ


ସଜନାଗଡ଼, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ରେଞ୍ଜ ଅଧୀନ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ପଶି ଆସିଥିବା ଦଲମା ଅଭୟାରଣ୍ୟର ୮୦ରୁ ଉର୍ଦ୍ଧ୍ୱ ଝାଡ଼ଖଣ୍ଡ ହାତୀକୁ ଘଉଡାଇବାକୁ ବନ ବିଭାଗ ଫେଲ୍‌ ମାରିଛି। ଖାଦ୍ୟ ଅନ୍ବେଷଣରେ ଆସିଥିବା ଏହି ହାତୀପଲ ବୁଧବାର ରାତିରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ୩ଦିନ ରହିବା ପରେ ପାଖ ବିଲଗୁଡିକରୁ ଖାଦ୍ୟ ନ ପାଇ ଜନବସତିମୁହଁା ହେଉଥିବା ଜଣାପଡିଛି। ବନବିଭାଗକୁ ଚକ୍‌ମା ଦେଇ ହାତୀପଲ ଭଉଁରିଆବାଡ଼, ଜଡ଼ିବାଲି, ବୟାରସାହି ରାସ୍ତାରେ ଥିବା ସୌରବାଡକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଗୁରୁବାର ପର୍ବାହ୍ନରେ ହାତୀପଲ ତିନିକୋଶିଆ ଜଙ୍ଗଲରେ ପ୍ରବେଶ କରିବା ନଜରକୁ ଆସିଛି। ଅନ୍ୟପକ୍ଷରେ ରାତି ହେବା ମାତ୍ରେ ନିକଟସ୍ଥ ବୁଦୁସାହି, ଭଉଁରିଆବାଡ଼, ଜଡ଼ିବାଲି, କାଞ୍ଚତ୍ସିମୁଳିଆ, ସାତରାଣ୍ଡ, ଭାଲୁକାଶୁଣି, ଆମ୍ବଝର, ଚେକାମରା, ଦଲ୍‌କି ପାଖାପାଖି ୮ଟି ପଞ୍ଚାୟତରେ ଝୁମ୍ପୁଡିରେ ରହୁଥିବା ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେମାନେ ଘରଦ୍ୱାର ଛାଡ଼ି ଅନ୍ୟତ୍ର ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଉଥିବା ସୂଚନା ମିଳିଛି। ଭୟରେ କେତେକ ଗ୍ରାମବାସୀ ଗଛ ଉପରେ ମଞ୍ଚା କରି ରାତି ବିତାଉଛନ୍ତି। ବୁଧବାର ବିଳମ୍ବିତ ରାତିରେ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ୪ଟି ହାତୀ ଜଡ଼ିବାଲି, ଆନନ୍ଦପୁର, ଶିଆଳଘାଟିର ୪ଟି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri