ଶିବିରରେ ୧୮୦୯ ଭିନ୍ନକ୍ଷମ ପଞ୍ଜୀକୃତ


ଜଳେଶ୍ୱର,୬।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୂଆବଜାରସ୍ଥିତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ବ୍ଲକ ଓ ପୌରପରିଷଦର ମିଳିତ ଆୟୋଜନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୮୦୯ ଜଣ ଭିନ୍ନକ୍ଷମଙ୍କ ନାମ ପଞ୍ଜୀକୃତ ହୋଇଥିଲା। ଏମାନଙ୍କ ମଧ୍ୟରୁ ୨୩୭ ଜଣଙ୍କ ଦୃଷ୍ଟିଶକ୍ତି, ୮୦୦ ଜଣଙ୍କ ଅସ୍ଥିଶଲ୍ୟ ,୪୯୨ ଜଣ କର୍ଣ୍ଣ ନାସା ଗଳା(ଈଏନ୍‌ ଟି) ଓ ୨୮୦ ଜଣ ମାନସିକ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ଆସନ୍ତା ୨ ମାସ ମଧ୍ୟରେ ଯୋଗ୍ୟ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଅନ୍‌ ଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ଜିଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍‌ଏସ୍‌ଓ)କମଳାକାନ୍ତ ବେହେରା ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆର୍‌ଡିଏ) ରାମଚନ୍ଦ୍ର ପାଲଟାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳତ ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳାଇ, ପୈାରାଧ୍ୟକ୍ଷା ସୁବାସିନୀ ସିଂ, ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ ,ସାମାଜିକ ସୁରକ୍ଷା ଅଧିକାରୀ ତିେଳୋତ୍ତମା ପଣ୍ଡା,ସିଡିପିଓ ପୁଷ୍ପଲତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ,ଅଙ୍ଗନଓ୍ବାଡି କର୍ମୀ ,ମ୍ୟୁନିସିପାଲିଟି ଅଞ୍ଚଳର ୱାର୍ଡ଼ମେମ୍ବର,ବ୍ଲକ ଓ ପୌର କର୍ମଚାରୀ ଏହି ଶିବିରକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଈଏନ୍‌ଟି ବିଶେଷଜ୍ଞ ଡ. ଅଶୋକ ପଟ୍ଟନାୟକ,ଭେଷଜ ବିଶେଷଜ୍ଞ ଡ. ସଞ୍ଜୟ ଗିରି, ଚକ୍ଷୁ ବିଶେଷଜ୍ଞ ଡ. ସୋଲେମାନ ରେହମାନ୍‌,ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ପ୍ରଫୁଲ୍ଲ ସାହୁ, ମାନସିକ ରୋଗ ବିଶେଷଜ୍ଞ ଭାରତୀ ଦାସ ପ୍ରମୁଖପଞ୍ଜୀକୃତ ଭିନ୍ନକ୍ଷମ ମାନଙ୍କୁ ପରୀକ୍ଷା କରିଥିଲେ। ଅଙ୍ଗନବାଡ଼ି କର୍ମୀମାନେ ଆବେଦନ ଫର୍ମ ପୂର୍ବରୁ ପୂରଣ କରି ଆଣି ଜମା କରି ନ ଥିବାରୁ ଫର୍ମପୂରଣକୁ ନେଇ ଭିନ୍ନକ୍ଷମ ମାନେ ନାକେଦମ ହୋଇଯାଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri