ଜୟନ୍ତ ରାଣାଙ୍କୁ ତ୍ରିଶତକୋତ୍ତର ରୌପ୍ୟ ଦିବସ ସମ୍ମାନ ପ୍ରଦାନ


ବାଲେଶ୍ୱର ଅଫିସ,୬।୧୨- ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ କବିତୀର୍ଥ ଶାନ୍ତିକାନନ ପରିସରରେ ଆୟୋଜିତ ସଭାରେ କବି ଜୟନ୍ତ ରାଣାଙ୍କୁ ତ୍ରିଶତକୋତ୍ତର ରୌପ୍ୟ ଦିବସ ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଫକୀରମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀମୟ ଦାଶଅଧିକାରୀ କବି ରାଣାଙ୍କୁ ମାନପତ୍ର ପ୍ରଦାନ କରିବା ଅବସରରେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ସେ ‘ମୋର ପିଲାଦିନ’ ସମ୍ପର୍କରେ ଇଂରାଜୀ ଓ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଲେଖକମାନଙ୍କ ପିଲାଦିନ ସମ୍ପର୍କରେ ସୂଚନା ଦେଇଥିଲେ। ସମ୍ବର୍ଦ୍ଧନାର ଉତ୍ତରରେ କବି ରାଣା ଏହି ସମ୍ମାନ ତାଙ୍କୁ ନୂତନ ସୃଷ୍ଟି କରିବାର ପ୍ରେରଣା ଯୋଗାଇବ ବୋଲି କହିଥିଲେ। ଛନ୍ଦୋବଦ୍ଧ କବିତା ରଚନା କ୍ଷେତ୍ରରେ କବି ରାଣା ଅନେକ ପ୍ରତିଶ୍ରୁତି ବହନ କରୁଛନ୍ତି। ତାଙ୍କ ରଚନା ପାଠକ ମହଲରେ ବେଶ୍‌ ଆଦୃତି ଲାଭ କରି ପାରିଛି ବୋଲି ବକ୍ତାମାନେ କହିଥିଲେ। ପ୍ରଥମେ ପ୍ରଦୀପ ଚାଟାର୍ଜୀ ଅତିଥିମାନଙ୍କୁ ମଞ୍ଚାବାହନ କରିଥିଲେ। ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ସମ୍ବର୍ଦ୍ଧନା ଆସରରେ ସଂଯୋଜନା କରିଥିଲେ। ବିଦ୍ୟାଧର ସାହୁ ମାନପତ୍ର ପାଠ କରିଥିଲେ ଓ ସମ୍ପାଦକ ନିବାରଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ୩୬୫ଦିନ ସାହିତ୍ୟ ଆସର କାର୍ଯ୍ୟକ୍ରମର ୩୨୫ ଦିବସରେ ଏହି ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri