ଉଦ୍‌ଘାଟିତ ହେଲା ମୟୂରଭଞ୍ଜ ମହୋତ୍ସବ


ବାରିପଦା ଅଫିସ,୬।୧୨- ବାରିପଦାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ୪ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ମୟୂରଭଞ୍ଜ ମହୋତ୍ସବ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ମୟୂରଭଞ୍ଜ ମହୋତ୍ସବ କମିଟି ସଦସ୍ୟ ରଣଜିତ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲାପାଳ ସୁରେନ୍ଦ୍ର କୁମାର ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ଉପଜିଲାପାଳ ମହମ୍ମଦ ଅଖତାର ଏବଂ ଆଇଏଏସ୍‌ ପ୍ରବେଶନର ବିଶାଳ ସିଂ ପ୍ରମୁଖ ଯୋଗଦେଇଥିଲେ। ପ୍ରଥମ ଦିବସରେ ଜଗନ୍ନାଥ ମନ୍ଦିର ପରିସରରୁ ବିଭିନ୍ନ ପାରମ୍ପରିକ ନୃତ୍ୟ ପ୍ରଦର୍ଶିିତ ହୋଇ ଛଉ ପଡ଼ିଆଠାରେ କଳାକାରମାନେ ପହଞ୍ଚତ୍ବା ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ମହୋତ୍ସବ ଜିଲାର କଳା,ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ଏହି କାର୍ନିଭାଲରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୧୫ଟି ପାରମ୍ପରିକ ନୃତ୍ୟ ଦଳ ଭାଗନେଇ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ୭ରୁ ୯ତାରିଖ ପର୍ଯ୍ୟନ୍ତ ଛଉପଡ଼ିଆଠାରେ ପ୍ରସ୍ତୁତ ହୋଇଥିବା ମଞ୍ଚରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହିତ ମୁଢ଼ି ମାଂସ ଠାରୁ ଆରମ୍ଭ କରି ସମସ୍ତ ପାରମ୍ପରିକ ଖାଦ୍ୟର ମଜା ଜନସାଧାରଣ ଉଠାଇପାରିବେ। ଜିଲାରେ ପ୍ରସ୍ତୁତ ହେଉଥିବା ସବାଇଘାସ ଦ୍ରବ୍ୟ ହେଉ କିମ୍ବା ଜଙ୍ଗଲଜାତ ଦ୍ରବ୍ୟ ହେଉ ଏହି ମହୋତ୍ସବରେ ଦେଖିବାକୁ ମିଳିବ। ଏହି ଅବସରରେ ଓଡ଼ିଆ ସିନେ ତାରକା ଜଗତର ସୁପରଷ୍ଟାର ବିଜୟ ମହାନ୍ତି, ଉତ୍ତମ ମହାନ୍ତି,ମିହିର ଦାସ,ପପୁ ପମ୍‌ପମ୍‌,ସଲିଲ ଚୌଧୁରୀ,ଅସିତ ପତି,ସ୍ବରାଜ ବାରିକ ତଥା ବହୁ କଳାକାର ଯୋଗଦେବେ। ଫଟୋ- ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଉଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri