ପରିଣତ ବୟସରେ ବାରଦୁଆର: ବୃଦ୍ଧାଙ୍କୁ ମିଳୁନି ସହାୟତା


ହରିଚନ୍ଦନପୁର, ୬।୧୨(ଡି.ଏନ୍‌.ଏ.)-ପାର୍ବତୀ କିଶାନଙ୍କ ବୟସ ପାଖାପାଖି ୬୦ରୁ ଊର୍ଦ୍ଧ୍ୱ। ଘର କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତ କିଶାନ ସାହିରେ। ପେଟକୁ ଦାନା ଯୋଗାଇବା ପାଇଁ ପରିଣତ ବୟସରେ ବାରଦୁଆର ହେଉଛନ୍ତି। ତାଙ୍କ ବାପା କୁଶ କିସାନ ୪ ବର୍ଷ ତଳୁ ଜ୍ୱରରେ ମୃତ୍ୟୁବରଣ କରିଥିଲେ। ପାରିବାରିକ ଅର୍ଥତ୍କ ସ୍ଥିତି ଭଲ ନ ଥିବାରୁ ଝିଅ ପାର୍ବତୀଙ୍କ ବାହାଘମର କରିପାରି ନ ଥିଲେ। ବାପା ଥିବାବେଳେ ମାଟି କୁଡିଆ ଝୁପୁଡିରେ ବାପଝିଅ ବହୁ କଷ୍ଠରେ ରହିଯାଉଥିଲେ। ବାପାଙ୍କ ମୃତ୍ୟୁ ପରେ ଘରଟି ମରାମତି ଅଭାବରୁ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସରକାରୀ ସହାୟତା ପାର୍ବତୀଙ୍କ ନିକଟରେ ସାତ ସପନ ହୋଇଛି। ତାଙ୍କୁ ରାଶନ କାର୍ଡ, ଭତ୍ତା କିମ୍ବା ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମିଳିନାହଁି। ପଞ୍ଚାୟତଠାରୁ ବ୍ଲକ ପ୍ରଶାସନଙ୍କୁ ଗୁହାରୀ କରି ସେ ନୟାନ୍ତ ହେଲିଣି। କୌଣସି ସରକାରୀ ସୁବିଧା ମିଳିପାରି ନାହଁି ବୋଲି ପାର୍ବତୀ କହନ୍ତି। ସରକାର ଅସହାୟ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଗରିବ ଅସହାୟ ଆଦିବାସି ପାର୍ବତୀଙ୍କ କ୍ଷେତ୍ରରେ ସରକାରଙ୍କ ଏହି ଯୋଜନା ଅପହଞ୍ଚ ହୋଇଛି। ଗରିବ ପରିବାରର କୌଣସି ଜମିବାଡି ନ ଥିବା ବେଳେ ପାର୍ବତୀଙ୍କ ୨ ଭାଇ ମୁଲ ଲାଗି ପିଲାମାନଙ୍କୁ ନେଇ ପରିବାରେ ବହୁ ବଷ୍ଠରେ ଚଳୁଥିବା ବେଳେ ପାର୍ବତୀ ତାଙ୍କ ପାଇଁ ବୋଝ ପାଲଟିଛି। ପାର୍ବତୀ ବାରଦୁଆର ହୋଇ କାହା ଘରେ ଗୋବର ପକାଇ ମୂଲିଆ ଭାବରେ କାମ କରୁଛି ଆଉ କାହା ଘରେ ବାଶନ ମାଜି, ବିଲକାମ କରି ଏହି ପରିଣତ ବୟସରେ ପେଟକୁ ଦୁଇମୁଠା ଦାନା ଯୋଗାଡ଼ କରୁଛି। ସନ୍ଧ୍ୟା ହେଲେ କାହା ଦୁଆରରେ ଶୋଇ ପଡୁଛି। ବର୍ଷର ଅଧିକ ସମୟ ତାଙ୍କ ପାଇଁ ସାହି ପଡୋଶୀ ଭରଷା। ସେମାନେ ଯାହା ଖାଇବାକୁ ଦିଅନ୍ତି ତାହା ସେ ଖାଇଥାନ୍ତି। ଏହି ପରିଣତ ବୟସରେ ବାରଦୁଆର ହୋଇ କାମ କରୁଥିବାରୁ ତାଙ୍କ ଜୀବନକୁ ବହୁ କଷ୍ଠ ହେଉଥିବା ସେ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନ ଅସହାୟ ବୃଦ୍ଧା ପ୍ରତି ଦୃଷ୍ଟି ଦେଇ ପାର୍ବତୀଙ୍କୁ ପକ୍କା ଘର, ଭତ୍ତା ଓ ରେଶନ କାର୍ଡ଼ ଯୋଗାଇ ଦେବାକୁ ସାହିର ଚକ୍ର ପାତ୍ର, ସନ୍ତୋଷ କିଶାନ, ଭକ୍ତ କିଶାନ, ଆର୍ତ୍ତ କିଶାନ,ରବି ପାତ୍ର, ପରମା କିଶାନ, ମନୁ କିଶାନ, ଯଜାତୀ ନାଏକ, ଗଣ୍ଡୁଛି କିସାନଙ୍କ ସମେତ ସହିବାସୀ ବ୍ଲକ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri