ଅସ୍ବାସ୍ଥ୍ୟକର ପରିବେଶରେ ଝୁମ୍ପୁରା ବଜାର


ଝୁମ୍ପୁରା, ୬।୧୨(ଡି.ଏନ୍‌.ଏ.)-ଝୁମ୍ପୁରା ବଜାର ସମେତ ବଜାରକୁ ସଂଯୋଗ କରୁଥିବା ରାସ୍ତା, ସାହି, ସ୍କୁଲ ରାସ୍ତା ଉପରେ ଜମା ହେଉଛି ଗଦା ଗଦା ଆବର୍ଜନା। ଆବର୍ଜନା ପଚିସଢି ଦୁର୍ଗନ୍ଧ ହେଉଥିବା ବେଳେ ବର୍ଷାପାଣି ବଜାରରୁ ଆସୁଥିବା ପାଣିରେ ଆବର୍ଜନା ଭାସି ବୁଲୁଛି। ସାହି ରାସ୍ତା ଉପରେ ଆବର୍ଜନା ଜମା ହେଉଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶରେ ବଜାର ରହିଛି। ଏପରିକି ଆବର୍ଜନା ଯୋଗୁଁ ପଞ୍ଚାୟତ ଡ୍ରେନ ସବୁ ମଧ୍ୟ ଆବରୋଧ ହୋଇଗଲାଣି। ବଜରାବାସୀ, ଗ୍ରାମବାସୀ, ବଜାରକୁ ଆସୁଥିବା ଗ୍ରାମାଞ୍ଚଳବାସୀ, ସାଧାରଣ ପଥଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ଓ ଆରଏମ୍‌ସି ପକ୍ଷରୁ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ନିଆଯାଉଛି। ଝୁମ୍ପୁରା ବଜାର, ହାଟ ଆରଏମସି (ନିୟନ୍ତ୍ରୀତ ବଜାର କମିଟି) ନିୟନ୍ତ୍ରଣାଧୀନ ରହିଥିବା ବେଳେ ଆରଏମସି ହାଟ, ବଜାରରୁ ମହାସୁଲ ଆଦାୟ କରିବା ସହିତ ଆରଏମସି ଆବଣ୍ଟନ କରିଥିବା ଦୋକାନ ଘର ପ୍ଲଟ ଗୁଡିକରୁ ଭଡା ଆଦାୟ କରିଥାଏ। ବଜାରକୁ ଆସୁଥିବା ଚାଷୀଙ୍କୁ ବ୍ୟବସ୍ଥିତ ଢଙ୍ଗରେ ବସାଇବା, ପାନୀୟ ଜଳ ସହିତ ଆନୁଷଙ୍ଗିକ ସୁବିଧା ସୁଯୋଗ ଦେବାକୁ ବଜାର ସଫେଇ କରିବା ଆରଏମସି ଦାୟୀତ୍ୱ। ପଞ୍ଚାୟତର ମଧ୍ୟରୁ ୫୦ରୁ ଅଧିକ ଦୋକାନ ଘର ମଧ୍ୟ ବଜାରରେ ରହିଛି। ସେ ସବୁରୁ ଭଡା ଆଦାୟ ଚାଲିଛି। ଝୁମ୍ପୁରା ବଜାର ସମେତ ବଜାରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଜମା ହେଉଥିବା ଆବର୍ଜନା ଉଠାଇବା, ନିର୍ଦ୍ଦିଷ୍ଟ ସ୍ଥାନ ଗୁଡିକରେ ଡଷ୍ଟବିନ ରଖିବା, ସୁଇପର ନିଯୁକ୍ତି ଆଦି ପଞ୍ଚାୟତ ଓ ଆରଏମସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ରହିଛି। ଏ ନେଇ ୫ , ୬, ୨ ନମ୍ବର ୱାର୍ଡବାସୀଙ୍କ ସମେତ ବଜାର ବାସିନ୍ଦା ବାରମ୍ବାର ଅଭିଯୋଗ କରି ଚାଲିଛନ୍ତି। ହେଲେ ମିଳୁଛି କେବଳ ପ୍ରତିଶ୍ରୁତି। ଆବର୍ଜନା ସଫେଇ ପାଇଁ ପଦକ୍ଷେପ ନିଆଯାଉନାହିଁ। ଏ ନେଇ ଝୁମ୍ପୁରା ସରପଞ୍ଚ ବୈଜୟନ୍ତୀ ନାଏକଙ୍କୁ ପଚାରିବାରୁ ସେ ଫୋନ୍‌ ଉଠାଇ ନ ଥିଲେ। ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପଲେଇ କହିଛନ୍ତ ଯେ, ଡଷ୍ଟବିନ ତିଆରି ପାଇଁ ପ୍ରୋପଜାଲ ଦିଆଯାଇଛି। ରାସ୍ତା ଉପରେ ଜମା ହୋଇଥିବା ଆବର୍ଜନା ଉଠାଇବା ପାଇଁ ପଦକ୍ଷେପ ନିଆଯିବ। ଚମ୍ପୁଆସ୍ଥିତ ଆର୍‌ଏମ୍‌ସିର ସମ୍ପାଦକ ସପନ କୁମାର ସାହୁ କହିଛନ୍ତି ଯ, ସେ ନୂଆ ଭାବେ କାର୍ଯ୍ୟରେ ଯୋଗଦାନ କରିଛି। ଖୁବ୍‌ ଶୀଘ୍ର ବଜାର ସଫେଇ କରାଯାଇ ଡଷ୍ଟବିନ ବ୍ୟବସ୍ଥା କରାଯିବ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri