ଜଙ୍ଗଲ ମଧ୍ୟରେ କାନ୍ଦୁଛି ଗାଁ: ରାତି ହେଲେ ହାତୀ ଭୟ


ତେଲକୋଇ, ୬।୧୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ବିମଳା ପଞ୍ଚାୟତ ଅଧୀନ ବଳଭଦ୍ରପୁର ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ସ୍ବାଧୀନତାର ୭୦ ବର୍ଷ ପରେ ବି ଏହି ଗ୍ରାମବାସୀଙ୍କ ପାଇଁ ଗମନାଗମନର ସୁବିଧା ନାହିଁ। ଜଙ୍ଗଲଘେରା ଗାଁରେ ରାସ୍ତା ନ ଥିବାରୁ ଲୋକେ ନାନା ହଇରାଣ ହେଉଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟଜଳ ସମ୍ପୃକ୍ତ ଅଞ୍ଚଳରେ ଅପହଞ୍ଚ ହୋଇଛି। ଏହି ଗ୍ରାମବାସୀ ବିଦ୍ୟୁତ୍‌ ଆଲୋକ ଦେଖିନାହାନ୍ତି। ଗ୍ରାମରେ ୪୨ ପରିବାରରୁ ଶହରେ ଊର୍ଦ୍ଧ୍ୱ ଲୋକେ ବସବାସ କରନ୍ତି। ପଞ୍ଚାୟତ ପ୍ରତିନିଧିଙ୍କ ଅଣଦେଖା ସାଙ୍ଗକୁ ପ୍ରଶାସନର ଅବହେଳା ଗ୍ରାମବାସୀ ଦୁର୍ବିସହ ଜୀବନ ଯାପନ କରୁଛନ୍ତି। ରାସ୍ତା ନ ଥିବାରୁ ଗ୍ରାମବାସୀ ଘଞ୍ଚ ଜଙ୍ଗଲ ଦେଇ ଚାଲିଚାଲି ଆସିଥାନ୍ତି ପଞ୍ଚାୟତ ମୁଖ୍ୟାଳୟକୁ। ଏହି ଗ୍ରାମଠାରୁ ପଞ୍ଚାୟତ ମୁଖ୍ୟାଳୟ ୪ କି.ମି, ଦୂର। ରାସ୍ତା ନ ଥିବାରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବା ଏହି ଗାଁକୁ ଅପହଞ୍ଚ ହୋଇପଡିଛି। ପାନୀୟଜଳ ସମସ୍ୟା ଲାଗିରହିଛି। ନିକଟସ୍ତ ଝରଣା ଉପରେ ଲୋକେ ପାନୀୟ ଜଳ ପାଇଁ ନିର୍ଭର କରିଥାନ୍ତି। ଗ୍ରାମରେ କୌଣସି ଛୁଆମାନଙ୍କ ପାଇଁ ପାଠ ପଢିବାର ସୁବିଧା ନ ଥିବାରୁ ସମସ୍ତେ ନିରକ୍ଷର ହୋଇପଡିଥିବା ଗ୍ରାମର କାନ୍ଦୁରୁ ମୁଣ୍ଡା ପ୍ରକାଶ କରିଛନ୍ତି। ଉକ୍ତ ଗାଁ ଜଙ୍ଗଲ ମଧ୍ୟରେ ରହୁଥିବାରୁ ରାତି ହେଲେ ହାତୀ ଭୟ ସବୁବେଳେ ଲାଗି ରହୁଛି। ଏଭଳି କି ସନ୍ଧ୍ୟା ହେଲେ କାଠଜାଳି ରହିବାକୁ ବାଧ୍ୟ ହୋଇଥାନ୍ତି ଗ୍ରାମବାସୀ। ବିଭିନ୍ନ ସମୟରେ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁହାରି କରିଥିଲେ ହେଁ ଏହାର କୌଣସି ସୁଫଳ ମିଳିପାରି ନ ଥିବା ଗ୍ରାମର ଶୁକ୍ରୁ ମୁଣ୍ଡା, ବେନୁ ମୁଣ୍ଡା, ବେନୁ ଗାଗରାଇ, ସମବାରୀ ମୁଣ୍ଡା, ଅଜୟ ହେମ୍ରମ ପ୍ରକାଶ କରିଛନ୍ତି ସ୍ଥାନୀୟ ସରପଞ୍ଚ ଝୁଲଣା ନାଏକ କହିଛନ୍ତି ଯ, ଚଳିତ ବର୍ଷ ଉକ୍ତ ଗ୍ରାମ ପାଇଁ ରାସ୍ତାର ଯୋଜନା ସାଙ୍ଗକୁ ପାନୀୟଜଳ ପାଇଁ ନଳକୂପ ଓ ଏକ ଅଙ୍ଗନୱାଡି କେନ୍ଦ୍ରର ଯୋଜନା କରାଯାଇଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri