୫ ବର୍ଷ ପରେ ଜଳିଲା ଲାଇଟ,ଲୋକେ ଆଶ୍ୱସ୍ତ


ବଡସାହି,୫।୧୨(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଶିଆଳୀଘାଟି ପଞ୍ଚାୟତ ୯ ଓ ୧୦ନମ୍ବର ୱାର୍ଡରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଶେଷରେ ବିଜୁଳି ସଂଯୋଗ ଦିଆଯାଇଛି। ୬୪ ବିପିଏଲ ହିତାଧିକାରୀଙ୍କ ଘରେ ବିଜୁଳି ଆଲୁଅ ଜଳିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ହିତାଧିକାରୀଙ୍କ ଘରକୁ ୫ବର୍ଷ ଧରି ବିଜୁଳି ସଂଯୋଗ ଦିଆଯାଉ ନ ଥିଲା। ଏ ସମ୍ପର୍କରେ ଗତମାସ ୧ତାରିଖରେ ଏକ ରିପୋର୍ଟ ଧରିତ୍ରୀରେ ପ୍ରକାଶ ପାଇଥିଲା। ଉକ୍ତ ଖବର ପ୍ରକାଶିତ ହେବାର ଦୁଇ ଦିନ ପରେ ବିଭାଗୀୟ ଅଧିକାରୀମାନେ ଗ୍ରାମରେ ପହଞ୍ଚି ସ୍ଥିତି ଦେଖିବା ପରେ ଏବେ ସମସ୍ତ ହିତାଧିକାରୀଙ୍କୁ ବିଦ୍ୟୁତ୍‌ ସଂଯୋଗ ଦେଇଛନ୍ତି।ଗ୍ରାମବାସୀଙ୍କ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ନାଏକ, ଶ୍ରୀବତ୍ସ ବେହେରା, ଶିରୀଶ ଚନ୍ଦ୍ର ନାଏକ, ସୁନାରାମ ନାଏକ ପ୍ରମୁଖ ଧରିତ୍ରୀକୁ ସାଧୁବାଦ ଜଣାଇଛନ୍ତି । ଗ୍ରାମବାସୀ କହିଛନ୍ତି ଯେ, ସେମାନେ ପୂର୍ବରୁ ବାରମ୍ବାର ଅଭିଯୋଗ କରିଥିଲେ ବି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ଏ ନେଇ ପୂର୍ବତନ ସରପଞ୍ଚ ଲକ୍ଷ୍ମୀଧର ନାଏକଙ୍କ ନେତୃତ୍ୱରେ ଏକ ବୈଠକ କରାଯାଇ ୧୫ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ କରା ନ ଗଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପଡିବ ବୋଲି ଚେତାବନୀ ଦିଆଯାଇଥିଲା। ସବୁ ପରିବାରକୁ ବିଜୁଳି ଯୋଗାଇବା ଲାଗି କେନ୍ଦ୍ର୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାଯର୍‌ୟକାରୀ ହେଉଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିିତ ହେବା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ଉଲ୍ଲେଖନୀୟ ଯେ, ଗତ ୨୦୧୩ ଫାଇଲିନ ବାତ୍ୟା ପରେ ଗ୍ରାମକୁ ରାଜୀବ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ଦେବା ସକାଶେ ସମସ୍ତ ଉପକରଣ ଯୋଗାଇ ଦିଆଯାଇଥିଲା। ଠିକାଦାର ସଂଯୋଗ ନିମନ୍ତେ ହିତାଧିକାରୀଙ୍କ ଘରେ ବିଦ୍ୟୁତ୍‌ ତାର ଓ ମିଟର ବସାଇଲେ । ଏହା ମଧ୍ୟରେ ୫ବର୍ଷ ବିତିଯାଇଥିଲେ ସୁଦ୍ଧା ସଂଯୋଗ ଦିଆଯାଇ ପାରି ନ ଥିଲା। ଏହାପରେ ୨୦୧୬ରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ଲଗାଯାଇଥିବା ସମସ୍ତ ଉପକରଣ ଠିକାଦାର ଲୋକ ଲଗାଇ ଖୋଲି ନେଇଥିଲେ ା ଫଳରେ ଲୋକଙ୍କ ମଧ୍ୟରେ ବିଜୁଳି ପାଇବାର ସ୍ବପ୍ନ ଧୂଳିସାତ ହୋଇଗଲା। ଦୀନ ଦୟାଲ ଯୋଜନାରେ ପୁଣି ୨୦୧୭ ଜାନୁୟାରୀରେ ବିଦ୍ୟୁତ୍‌ ସଂଯୋଗ ନିମନ୍ତେ ସମସ୍ତ କାଯର୍‌ୟ ଶେଷ ହୋଇଥିଲା । ଏହାମଧ୍ୟରେ ବର୍ଷେ ପୂରିବାକୁ ବସିଥିବା ବେଳେ ହିତାଧିକାରୀଙ୍କ ଘରେ ବିଜୁଳି ସଂଯୋଗ ଦିଆଯାଇ ନ ଥିବାରୁ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri