ମଧ୍ୟପ୍ରଦେଶରୁ ପୁରୀ


ବଡସାହି,୫।୧୨(ସ୍ବ.ପ୍ର.)-ମଧ୍ୟପ୍ରଦେଶରୁ ପୁରୀ ଦୀର୍ଘ ପଥ ହୋଇଥିଲେ ବି ଏହାକୁ ଭ୍ରୂକ୍ଷେପ ନକରି ଭାରତ ଦେବୀ ଦର୍ଶନ ପଦଯାତ୍ରାର ମୁଖ୍ୟ ସନ୍ଥ ଦଶରଥ ପ୍ରସାଦଙ୍କ ନେତୃତ୍ୱରେ ୮ଜଣ ସନ୍ଥ ଚାଲି ଚାଲି ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ବାହାରିଛନ୍ତି। ହିନ୍ଦୁ ଧର୍ମର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ଗୋଟିଏ ବଳଦ ଟାଣୁଥିବା ଏକ ସୁସଜ୍ଜିତ ବିମାନରେ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ରଖି ସେମାନେ ଯାତ୍ରାକରୁଛନ୍ତି। କ୍ରୋଧ, ହିଂସା, ଗୋଷ୍ଠୀ କନ୍ଦଳକୁ ଭୁଲିଯାଇ ଭାଇଚାରା ବଜାୟ ରଖିବାକୁ ସେମାନେ ବାର୍ତ୍ତା ପ୍ରଚାର କରୁଛନ୍ତି। ଆଜକୁ ୯ମାସ ତଳେ ମଧ୍ୟପ୍ରଦେଶର ଛେତନା ଜିଲାରୁ ପଦଯାତ୍ରା ଆରମ୍ଭ କରି ମଙ୍ଗଳବାର ସେମାନେ ବଡସାହି ବ୍ଲକରେ ପହଞ୍ଚିଥିଲେ। ଏହି ଯାତ୍ରାକାଳରେ ମଧ୍ୟପ୍ରଦେଶରୁ ପୁରୀ ମଧ୍ୟରେ ଥିବା ଧର୍ମପୀଠଗୁଡିକୁ ସନ୍ଥମାନେ ପରିଦର୍ଶନ କରୁଛନ୍ତି।ଯାତ୍ରା ସମୟରେ ସେମାନେ ଜାତୀୟ ରାଜପଥ ପରିବର୍ତ୍ତେ ଗ୍ରାମାଞ୍ଚଳ ରାସ୍ତା ଦେଇ ଯାଉଛନ୍ତି ।ଜନସାଧାରଣ ଓ ଭକ୍ତମାନେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ଆତିଥ୍ୟ ପ୍ରଦାନ କରୁଛନ୍ତି। ମଙ୍ଗଳବାର ରାତରେି ବଡସାହିରେ ବିଶ୍ରାମ ନେବା ପରେ ବୁଧବାର ସେମାନେ ମାଣତ୍ରୀ ରେମୁଣା ଓ ନିଳଗିରି ଅଭିମୁଖେ ଯାଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri