ଉପଯୁକ୍ତ ମୃତ୍ତିକା ପରିଚାଳନା ଅପରିହାର୍ଯ୍ୟ


ବାରିପଦା ଅଫିସ,୫।୧୨-କୃଷି ଉତ୍ପାଦନ ବୃଦ୍ଧି ଲାଗି ଉପଯୁକ୍ତ ମୃତ୍ତିକା ପରିଚାଳନା ଆବଶ୍ୟକ । ଏଥିଲାଗି ସଠିକ ପରିମାଣର ସାର ପ୍ରୟୋଗ ବିଧି ଜାଣିବା ପାଇଁ ନମୁନା ମାଟି ସଂଗ୍ରହ କରି ପରୀକ୍ଷା କରାଯିବା ଅପରିହାର୍ଯ୍ୟ। ଏହା ଦ୍ୱାରା ଅମ୍ଳ , ମରୁଡିଗ୍ରସ୍ତ କଳା ମାଟି,ଦଲଦଲମାଟି ଏବଂ ଲୌହ ଯୁକ୍ତ ବିଷାକ୍ତ ମାଟିର ପରିଚାଳନା ଠିକ୍‌ ଭାବେ କରାଯାଇ ପାରିବ ବୋଲି ମୟୂରଭଞ୍ଜ ଜିଲା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ମଙ୍ଗଳବାର ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ଚାଷୀଙ୍କୁ ପରାବର୍ଶ ଦିଆଯାଇଛି। ଏଥିରେ ରାଜ୍ୟସଭା ସଦସ୍ୟା ସରୋଜିନି ହେମ୍ବ୍ରମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସେ ୨ ଶହ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଥିଲେ। ଜିଳାପାଳ ସୁରେନ୍ଦ୍ରକୁମାର ମୀନା ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଆୟୋଜିତ କୃଷି ପ୍ରଦର୍ଶନୀର ୮ ଟି ଷ୍ଟଲକୁ ଅତିଥିମାନେ ଉଦ୍‌ଘାଟନ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ଚାଷୀମାନଙ୍କୁ ନିଜ ନିଜ ଜମିର ମାଟିକୁ କୃଷି ବଜ୍ଞାନ କେନ୍ଦ୍ର କିମ୍ବା ଜିଲା ମୃତ୍ତିକା ପରୀକ୍ଷାକେନ୍ଦ୍ରରେ ପରୀକ୍ଷା କରାଇ ମୃତ୍ତିକା କାର୍ଡ ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ମୃତ୍ତିକା ପ୍ରଦୂଷଣ, ଏହାର ପ୍ରଭାବ ଓ ପରିଚାଳନା ସମ୍ପର୍କିତ ଏକ ଭିଡିଓ ସିଡିକୁ ଉନ୍ମୋଚିତ କରାଯାଇଥିଲା। ଚାଷ କରିବା ସମୟ ପୂର୍ବରୁ ମାଟି ପରୀକ୍ଷା ପାଇଁ ସଠିକ ସମୟରେ ଆବଶକୀୟ ନମୁନା ସଂରକ୍ଷଣ, ଆବଶକୀୟ ଉପକରଣ ମହଜୁଦ ରଖିବା, ଚାଷ ପ୍ରଣାଳୀ ଉପରେ ଧ୍ୟାନ ଦେବା ଏବଂ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ନମୁନା ମାଟି ସଂଗ୍ରହ ସମୟରେ କି ପ୍ରକାର ସାବଧାନତା ଅବଲମ୍ବନ କରାଯିବ ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ନାବାର୍ଡର ଏଜିଏମ ପ୍ରକାଶ ଦାଶ, ଉଦ୍ୟାନକୃଷି ନିର୍ଦ୍ଦେଶକ ଓମ ପ୍ରକାଶ ରଥ, ଜିଲା ପ୍ରାଣି ଚିକିତ୍ସା ଅଧିକାରୀ ଡ.ରମେଶ ବାରିକ, ଜଳ ବିଭାଜିକା ପ୍ରକଳ୍ପର ଅଧିକାରୀ ନାରାୟଣ ପାତ୍ର, ଜିଲା ମତ୍ସ ଅଧିକାରୀ ସୁରେନ୍ଦ୍ର କୁମାର ଘଡେଇ, ଜିଲା କୃଷି ଅଧିକାରୀ ଲକ୍ଷ୍ମଣ ମୁର୍ମୁ କୃଷି ବିଜ୍ଞାନ କେନ୍ଦ୍ର(୨) ର ମୁଖ୍ୟ ଡ. ଜଗନ୍ନାଥ ପାତ୍ର ପ୍ରମୁଖ ଚାଷୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ। କୃଷିବିଜ୍ଞାନ କେନ୍ଦ୍ର(୧) ର ମୁଖ୍ୟ ଡ. ସଂଘମିତ୍ରା ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ଏହି ଦିବସର ପାଳନର ତାତ୍ପର୍ଯ୍ୟ ଉପରେ ଉଦବୋଧନ ଦେଇଥିଲେ। ମୃତ୍ତିକା ପରୀକ୍ଷାଗାରର ରସାୟନବିତ୍‌ ମଳୟ କୁମାର ଦ୍ୱାରୀ ପରିଚାଳନାରେ ସହଯୋଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri