ପୋଲିସ ମାଡ଼ ମାରିବାରୁ ଯୁବକଙ୍କ ଆତ୍ମହତ୍ୟା


ଘଟଗଁ।,୧୦।୧୧(ଡି.ଏନ୍‌.ଏ.)-ଘଟଗଁ। ବ୍ଲକ ପଣ୍ଡାପଡ଼ା ପୋଲିସ ଷ୍ଟେଶନରେ ପୋଲିସ ମାଡ଼ରେ ଜଣେ ଯୁବକ ନିଜର ଆତ୍ମସମ୍ମାନ ହାନି ହେଲା ବୋଲି ଗୁରୁବାର ସନ୍ଧ୍ୟାରେ ବିଷପିଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ପଣ୍ଡାପଡ଼ା ଥାନା ଅଧିକାରିଣୀ ରଞ୍ଜୁ ହାସିନୀ କୁଲୁ ଓ କେନ୍ଦୁଝର ସଦର ଡିଏସ୍‌ପି ମହେଶ୍ୱର ସେଠୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ମୃତ ଯୁବକ ପଣ୍ଡାପଡ଼ା ଥାନା ପୁରୁମୁଣ୍ଡା ଗ୍ରାମର ରମାକାନ୍ତ ନାଏକ(୩୦) ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ନେଇ ରମାକାନ୍ତଙ୍କ ସ୍ତ୍ରୀ ପଦ୍ମିନୀ ପଣ୍ଡାପଡ଼ା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଗୁରୁବାର ପୋଲିସ ରମାକାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାକୁ ଡକାଇଥିଲେ। ଥାନାରେ ପୋଲିସ ରମାକାନ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ରାତି ୮ଟା ବେଳେ ରମାକାନ୍ତ ଓ ତାଙ୍କ ସ୍ତ୍ରୀଙ୍କୁ ଆଣି ଗଁ। ମୁଣ୍ଡରେ ଛାଡ଼ିଦେଇଥିଲେ। ମାଡ଼ ଖାଇବା ନେଇ ଯୁବକ ଜଣକ ମାନସିକ ଭାରସାମ୍ୟ ହରାଇବା ସହ ନିଜ ବୁଢ଼ୀ ମା’ଙ୍କୁ ଏହା ଜଣାଇ ଆଉ ଜୀବନ ରଖିବି ନାହିଁ କହି କାନ୍ଦି କାନ୍ଦି ବିଷ ପିଇ ଦେଇଥିଲେ। ସାରା ରାତି ସେହି ପିଣ୍ଡାରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଶୁକ୍ରବାର ଭୋରରୁ ଏହି ଘଟଣା ଗ୍ରାମବାସୀ ଜାଣିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରୁଣ୍ଡ ହୋଇ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଅନାଥ ଝିଅର ଭରଣପୋଷଣ, ପାଠପଢ଼, ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଦାବି କରିଥିଲେ। ଉକ୍ତ ଘଟଣା ଜଣାପଡ଼ିବା ପରେ ପଣ୍ଡାପଡ଼ା ଥାନାଧିକାରୀ ରଞ୍ଜୁ ହାସିନୀ କୁଣ୍ଡୁ ଓ ସଦର ଡିଏସ୍‌ପି ମହେଶ୍ୱର ସେଠୀ ସଦଳବଳେ ପହଞ୍ଚତ୍ ଲୋକଙ୍କୁ ବୁଝାସୁଝା କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏସ୍‌ପି କହିଥିଲେ। ରମାକାନ୍ତଙ୍କ ମା’ ଓ ତାଙ୍କ ଝିଅ ପୋଲିସ ମାଡ଼ ମାରିଥିବା କଥା କହୁଥିବା ବେଳେ ଖୋଦ ସ୍ତ୍ରୀ ପଦ୍ମିନୀ ମଧ୍ୟ ଏ କଥାକୁ ସ୍ବୀକାର କରିଛନ୍ତି। ତେବେ ପୋଲିସ ମାଡ଼ ମରାଯିବା ଘଟଣାକୁ ଅସ୍ବୀକାର କରିଛି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri