ହତ୍ୟା ମାମଲାରେ ୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ


ବାରିପଦା ଅଫିସ ,୧୦।୧୧- ବାରିପଦା ଟାଉନଥାନା ଅଧୀନ ଚିପଟଅସ୍ତିଆ ଅଞ୍ଚଳରେ ଘଟିଥିବା ଏକ ହତ୍ୟା ମାମଲାକୁ ବିଚାର କରି ଅତିରିକ୍ତ ଜିଲା ଦୌରାଜଜ(୧)ଅଜିତ କୁମାର ସିଂହ ଶୁକ୍ରବାର ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ସେମାନଙ୍କୁ ୨୦ହଜାର ଟଙ୍କା ଳେଖାଏଁ ଜରିମାନା ଆଦେଶ ହୋଇଛି। ଜରିମାନା ଟଙ୍କା ଅନାଦେୟ ହେଲେ ଅଧିକ ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଅଛି। ଅଭିଯୁକ୍ତଦ୍ୱୟହେଲେ ଚିପଟ ଅସ୍ତିଆ ଅଞ୍ଚଳର ବାବାଜି ହାଜିରା ଏବଂ ସତ୍ୟାନନ୍ଦ ବେହେରା। ସୂଚନା ଅନୁସାରେ,୨୦୧୧ମସିହା ଅଗଷ୍ଟ ୨୩ତାରିଖରେ ଚିପଟ ଅସ୍ତିଆ ଅଞ୍ଚଳର ଦୀପାଳି ଘୋଷ ନାମ୍ନୀ ମହିଳା ବାରିପଦା ଟାଉନଥାନାରେ କରିଥିବା ଅଭିଯୋଗ ଅନୁସାରେ,ଉକ୍ତ ଦିନ ସକାଳେ ସେ ନଦୀ ନିକଟ ଏକ ପାଳକୁ ଘାସ କାଟିବା ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ଶ୍ୱଶୁର ଭାଗବତ ଘୋଷଙ୍କୁ ନଦୀ ନିକଟରେ କିଏ ମାରି ପାକଇଦେଇଛି ବୋଲି ଖବର ପାଇଥିଲେ। ତୁରନ୍ତ ସେଠାରେ ପହଞ୍ଚତ୍ ଶ୍ୱଶୁରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାରିପଦା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ଦୀପାଳି ବାରିପଦା ଟାଉନଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଟାଉନ ପୋଲିସ ମାମଲା (ନଂ୨୩୧/୧୧) ରୁଜୁ କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା। ଏହି ମାମଲାକୁ ସରକାରୀ ଓକିଲ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri