ଜାତୀୟ ମେଧା ପୁରସ୍କାର ପାଇଲେ ମାୟାବତୀ


ବାଲେଶ୍ୱର ଅଫିସ,୯।୧୧- ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟରେ +୨ କଳା ଛାତ୍ରୀ ମାୟାବତୀ ମଲ୍ଲିକଙ୍କୁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶସ୍ତ୍ରୀକରଣ ମନ୍ତ୍ରଣାଳୟ ପକ୍ଷରୁ ଡକ୍ଟର ଆମ୍ବେଡକର ଜାତୀୟ ମେଧା ପୁରସ୍କାର ଓ ମାନପତ୍ର ସହ ୨୦ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୧୬ ମସିହା ଯୁକ୍ତ ୨ କଳା ପରୀକ୍ଷାରେ ରାଜ୍ୟସ୍ତରୀୟ କୃତିତ୍ୱ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ଏହି ଅବସରରେ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଧ୍ୟକ୍ଷା ଡକ୍ଟର ମିନତି ସେଠୀ ପୁଷ୍ପଗୁଚ୍ଛ ପ୍ରଦାନ କରି ଛାତ୍ରୀ ମାୟାବତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବୁଧବାର ଜିଲାପ୍ରଶାସନ ତରଫରୁ ଜିଲାପାଳ ପ୍ରମୋଦ କୁମାର ଦାସ ଏହି ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏଥିପାଇଁ ମହାବିଦ୍ୟାଳୟରେ ଅଧ୍ୟକ୍ଷା, ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମହଲରେ ଆନନ୍ଦ ଖେଳିଯାଇଛି। ମାୟାବତୀ ୨୦୧୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଛାତ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ପ୍ରଶିକ୍ଷିକା ଭାବେ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ। ମାୟାବତୀ ତାଙ୍କର ଏହି କୃତିତ୍ୱ ପାଇଁ ମାତାପିତା ଓ ମହାବିଦ୍ୟାଳୟର ଅଧ୍ୟାପିକା ଅଧ୍ୟାପକଙ୍କ ପ୍ରେରଣାକୁ ଶ୍ରେୟ ଦେଇଛନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri