ବିସ୍ମୟ ବଂଶୀ ବାଦକ ନରସିଂହ


ସୋର,୮।୧୧(ଡି.ଏନ.ଏ.)-ବଂଶୀ ବାଦକ ନରସିଂହ ନାୟକ(୬୦)ଏକ ବିସ୍ମୟ ପ୍ରତିଭା । ୨୦୦୯ରୁ ସେ ନାକରେ ବଂଶୀ ବଜାଇ ଆସୁଛନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ବଂଶୀ ବଜାଇଥାନ୍ତି। ଏକକାଳୀନ ୩ ଘଣ୍ଟା ପର୍ଯ୍ୟନ୍ତ ସେ ନାକରେ ବଂଶୀ ବଜାଇପାରନ୍ତି । ଏହି କଳାକାରଙ୍କ ଘର ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ କେଦାରପୁର ପଞ୍ଚାୟତର ଉଚ୍ଛବପୁର ଗ୍ରାମରେ। ପିଲାଟି ଦିନୁ ସେ କଳା ପ୍ରତି ଆକୃଷ୍ଟ ହୋଇ ପ୍ରଥମେ ହାରମୋନିୟମ ଓ ପରେ ବଂଶୀ ବଜାଇ ଆସୁଛନ୍ତି। ଜଣେ ଗ୍ରାମୀଣ କଳାକାର ଭାବେ ସେ ଅନାଲୋଚତିତ ହୋଇ ରହିଥିଲେ ବି କେତେକ ଅନୁଷ୍ଠାନରୁ ମାନପତ୍ର ପାଇବା ସହ ସମ୍ବର୍ଦ୍ଧିତ ହୋଇଛନ୍ତି । ନରସିଂହ କହନ୍ତି, ତାଙ୍କ ପିତା ବୈଷ୍ଣବ ନାୟକ ଚଢ଼େୟା ନାଟ ପରିବେଷଣ କରୁଥିଲେ। ତାଙ୍କୁ ୬ବର୍ଷ ହୋଇଥିବା ବେଳେ ସେ ହାରମୋନିୟମ ଶିଖି ବାପାଙ୍କ ଚଢେୟା ନାଟ ଦଳରେ ଏହାକୁ ବଜାଇବା ଆରମ୍ଭ କରିଥିଲେ। ୧୯୯୯ ମସିହା ମହାବାତ୍ୟା ସମୟରେ ଚଢ଼େୟା ନାଟ ଦଳର ଅନେକ ଜିନିଷପତ୍ର ଭାସିଗଲା। ଏହାପରେ ଚଢ଼େୟା ନାଟ କ୍ରମେ ଜନମାନସରୁ କ୍ରମେ ହଜିଗଲାଣି। ପିଲାଦିନୁ କଳା ପ୍ରତି ରହିଥିବା ଆକର୍ଷଣ ତାଙ୍କୁ ବଂଶୀବାଦନ ସହ ବାନ୍ଧି ରଖିଛି। ପ୍ରଥମେ ସେ ପାଟିରେ ବଂଶୀ ବଜାଉଥିଲେ । ତାଙ୍କର ଗୋଟିଏ ଦାନ୍ତ ଖସିଯିବାରୁ ସେ ଆଉ ବଂଶୀ ବଜାଇ ପାରି ନ ଥିଲେ। ୨୦୦୯ରେ ବଂଶୀ ବାଦକ ଘନଶ୍ୟାମ ଦିକ୍ଷୀତଙ୍କୁ ନାକରେ ବଜାଉଥିବା ଦେଖି ନରସିଂହ ତାଙ୍କୁ ଅନୁକରଣ କରି ନାକରେ ବଂଶୀ ବଜାଇବା ଆରମ୍ଭ କରିଥିଲେ। ଅଭ୍ୟାସ ବଳରେ କ୍ରମେ ସେ ଏହାକୁ ଆଦରି ନେଲେ। ଏଥିପାଇଁ ବିଭିନ୍ନ ସ୍ଥାନରୁ ମାନପତ୍ର ପାଇଥିବାରୁ ଏହା ତାଙ୍କୁ ପ୍ରେରଣା ଯୋଗାଇଥିବା ନରସିଂହ କହିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri