ବିଆର୍‌ପିଏଲ୍‌ର ପାଇପ ଲାଇନ ଫାଟିଲା: ବ୍ୟାପକ କ୍ଷୟକ୍ଷତି


ଯୋଡା,୮।୧୧(ଡି.ଏନ୍‌.ଏ)-ଯୋଡା ସହର ଦେଇ ଯାଇଥିବା ବିଆରପିଏଲ୍‌ କମ୍ପାନୀର ଲୁହାପଥର ଗୁଣ୍ଡ ପରିବହନକାରୀ ପାଇପ୍‌ ଫାଟି ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଫଳରେ ଲୋକଙ୍କ ଘରେ ଲୁହାପଥର ଗୁଣ୍ଡ ମିଶ୍ରିତ ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କମ୍ପାନୀର ଅଧିକାରୀମାନେ ଘଟଣାସ୍ଥଳକୁ ଆସି କ୍ଷତିଗ୍ରସ୍ତ ଲୋକଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥିବା ଜଣାପଡ଼ିଛି। ବୁଧବାର ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ସମୟରେ ଯୋଡା ପୌରପରିଷଦର ୧୦ନଂ ୱାର୍ଡ ହନୁମାନ ହଟିଂର କାଳନ୍ଦୀ ସାହିରେ ଉକ୍ତ କମ୍ପାନୀର ପାଇପ୍‌ ଲାଇନ୍‌ ଫାଟିଯାଇଥିଲା। ଫଳରେ ଲୁହାପଥର ଗୁଣ୍ଡ ମିଶ୍ରିତ ପାଣି ତୀବ୍ର ବେଗରେ ପ୍ରବାହିତ ହୋଇଥିଲା । ଏହି ପାଣିର ଗତି ଏତେ ପ୍ରଖର ଥିଲା ଯେ ନିକଟରେ ରହୁଥିବା ଲୋକଙ୍କ ଘର ଦ୍ୱାର, ବାଡି ବଗିଚା, କୁଅ ପ୍ରଭୃତିରେ ପଶିଥିଲା। ପ୍ରାୟ ୩ ଫୁଟ ଉଚ୍ଚତାରେ ତରଳ ଲୁହାପଥର ଗୁଣ୍ଡ ସାହିରେ ଜମିରହିଥିଲା । ପ୍ରାୟ ୧ ଘଣ୍ଟା ଧରି ପାଣି ଚାଲିବାରୁ ଅଞ୍ଚଳରେ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri