ଆରଏସ୍‌ଏସ୍‌ କର୍ମୀଙ୍କ ପତାକା ଅସମ୍ମାନକୁ ତୀବ୍ର ନିନ୍ଦା


ଖଇରା, ୮।୧୧(ଡି.ଏନ୍‌.ଏ.)-ସୋମବାର ସ୍ଥାନୀୟ ସହିଦସ୍ମୃତି ଭବନ ପରିସରରେ ଖଇରା, ସିମୁଳିଆ ସିପିଏମ୍‌ର ୧୦ମ ବାର୍ଷିକ ଆଞ୍ଚଳିକ ସମ୍ମିଳନୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲା କମିଟି ସଭ୍ୟ ଜଗତାନନ୍ଦ ମହାପାତ୍ରଙ୍କ ପତାକା ଉତ୍ତୋଳନ ପରେ ସମସ୍ତ ପ୍ରତିନିଧି ସହିଦ ବେଦୀରେ ମାଲ୍ୟାର୍ପଣ କରିଥିଲେ। ଅଧିବେଶନ ଆରମ୍ଭରେ ଦିବଂଗତ କର୍ମୀ ଶିବପ୍ରସାଦ ଗିରି, ଉଦୟ ନାଥ ପାତ୍ର ଓ ମାୟାଧର ମହାପାତ୍ରଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ଦୀପକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ନେତା ନିର୍ମଳ ନାୟକ ସ୍ବାଗତ ଭାଷଣ ଉପସ୍ଥାପନ କରିଥିଲେ। ଜଗତାନନ୍ଦ ମହାପାତ୍ର, ମୂରଲିଧର ବେହେରା, ଭଗବାନ ଦାସ, ସୁଶାନ୍ତ ବାରିକ, ଅଭିରାମ ବେହେରା, ଦୀପକ ମହାପାତ୍ର ଓ ସୁଲୋଚନା ପରିଡ଼ାକୁ ନେଇ ଆଞ୍ଚଳିକ କମିଟି ଗଠନ କରାଯାଇଥିଲା। କେନ୍ଦ୍ରସରକାରଙ୍କ ବିମୁଦ୍ରୀକରଣ, ଜିଏସ୍‌ଟି ଭଳି ଅନେକ ନିଷ୍ପତ୍ତି ତଥା ସାମ୍ପ୍ରଦାୟିକବାଦୀ, ରାଜନୀତି ବିରୋଧରେ ସମସ୍ତ ଗଣତାନ୍ତ୍ରିକ ଶକ୍ତି ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାକୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ଉଦ୍‌ଯାପନୀ ଭାଷଣ ପ୍ରଦାନ ଅବସରରେ ପ୍ରକାଶ କରିଥିଲେ। ଜଣେ ପ୍ରାକ୍ତନ ବିଧାୟକଙ୍କ ନେତୃତ୍ୱରେ ଆରଏସ୍‌ଏସ୍‌ କର୍ମୀଙ୍କ ଦ୍ୱାରା ସିପିଏମ୍‌ ପତାକାକୁ ପାଦରେ ଦଳି ଅସମ୍ମାନ ପ୍ରଦର୍ଶନ କରାଯିବା ଘଟଣାକୁ ସମ୍ମିଳନୀରେ ତୀବ୍ର ନିନ୍ଦା କରାଯାଇଥିଲା। ଜିଲାମଣ୍ଡଳ ସଭ୍ୟ ସୀତାଂଶୁ ସେନାପତି ଆସନ୍ତା ୨୦, ୨୧ରେ ହେବାକୁ ଥିବା ଜିଲା ସମ୍ମିଳନୀକୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ। ଆଇନଜୀବୀ ଭରତ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri