୨ ବାଇକ୍‌ ମୁହାଁମୁହିଁ ଧକ୍କା: ୧ ମୃତ, ୩ ଗୁରୁତର


ଢେଙ୍କିକୋଟ/ପାଟଣା, ୭।୧୧(ଡି.ଏନ୍‌.ଏ.)-ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ରାଞ୍ଚତ୍ ବିଜୟଓ୍ବାଡା କରିଡର ୪୯ ନମ୍ବର ରାଜ୍ୟ ରାଜପଥ ମୁକ୍ତାପୁର ପଞ୍ଚାୟତ ମୁଦ୍ରାବେଢ଼ା ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ଭଦ୍ରକ ଜିଲା ବନ୍ତ ଅଞ୍ଚଳର ମନ୍ମଥ ନାୟକ(୩୨) ବୋଲି ଜଣାପଡ଼ିଛି। ତାଙ୍କ ସହ ବାଇକ୍‌ରେ ବସିଥିବା ତାଙ୍କ ଭାଇ ପଞ୍ଚାନନ ନାୟକ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ବାଇକ୍‌ ଆରୋହୀ ଖଣ୍ଟଘର ପଞ୍ଚାୟତ ଖଣ୍ଟଘର ଗ୍ରାମର ଜୟନ୍ତ କୁମାର ନାୟକ ଏବଂ ମନୋରଞ୍ଜନ ନାୟକ ବୋଲି ଜଣାପଡ଼ିଛି। ଖବରପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଭରତ ନାୟକ, ଏଏସ୍‌ଆଇ ବିଜୟ କୁମାର ଖଟୁଆ ସଦଳବଳେ ଘଟଣାସ୍ଥଳରେ ପହଞ୍ଚତ୍ ଆହତମାନଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବରପାଇ ପାଟଣା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚତ୍ ମୃତ ମନ୍ମଥଙ୍କ ମୃତଦେହକୁ ଘଟଗାଁ ଡାକ୍ତରଖାନାରେ ପହଞ୍ଚାଇଛନ୍ତି। ଘଟଣାସ୍ଥଳରୁ ପୋଲି ୨ଟି ବାଇକ୍‌ ଜବତ କରି ତଦନ୍ତ କରୁଛି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri