କୁଷ୍ଠ ଆଶ୍ରମର ମରାମତି ଦାବିରେ ଅନଶନ


ବାଲେଶ୍ୱର ଅଫିସ, ୬।୧୦-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଛଣପୁର ନିକଟସ୍ଥ କୁଷ୍ଠ ଆଶ୍ରମର ମରାମତି ପାଇଁ ଆଶ୍ରମ ଅନ୍ତେବାସୀ ଗତ ଜୁଲାଇ ୨୧ତାରିଖରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲା ପ୍ରଶାସନ କୌଣସି ବ୍ୟବସ୍ଥା ନ କରିବାରୁ ଶୁକ୍ରବାର ଯୁବ ଓଡ଼ିଶା ସଙ୍ଗଠନ ତରଫରୁ ଆଶ୍ରମର ଅନ୍ତେବାସୀ ଜିିଲାପାଳ ପ୍ରମୋଦ କୁମାର ଦାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଦୀର୍ଘ ୩ ଘଣ୍ଟା ବସିବା ପରେ ଦିନ ୨ଟା ବେଳେ ଜିଲାପାଳଙ୍କ ନିର୍ଦ୍ଦେଶରେ ସଦର ତହସିଲଦାର ରଶ୍ମିରେଖା ପ୍ରଧାନ ଆସି ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ପରେ ତହସିଲଦାରଙ୍କ ସହ ପ୍ରତିନିଧି ଦଳ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ପ୍ରମୋଦ କୁମାର ଦାସ କହିଛନ୍ତି ଯେ, କୁଷ୍ଠ ଆଶ୍ରମର ମରାମତି ପାଇଁ ଅତିଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ପାଣ୍ଠିର ବ୍ୟବସ୍ଥା କରିବେ।ଅଧିକାରୀମାନେ ଅନଶନକାରୀଙ୍କ ପାଖକୁ ଆସି ଫଳରସ ପିଆଇ ଅନଶନ ଭଙ୍ଗ କରିଥିଲେ। ଏଥିରେ ଯୁବ ଓଡ଼ିଶାର ରାଜ୍ୟ ସଭାପତି ଇଂ ଉପେନ୍ଦ୍ର ଭଞ୍ଜ, ଜିଲା ସଭାପତି କ୍ରିଷ୍ଣା ପ୍ରଧାନ, ମଳୟ ପ୍ରଧାନ, ଦମୟନ୍ତୀ ପଣ୍ଡା, ରଞ୍ଜିତ୍‌ ପ୍ରଧାନ, ବିକାଶ ପାଢ଼ୀ, ବିକ୍ରମ ପଣ୍ଡା, ବିକ୍ରମଜିତ୍‌ କର, ବିଶ୍ୱଜିତ୍‌ ଭୂୟାଁ ଓ ରମେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri