ଭଦ୍ରକ ଅଫିସ/ଚାନ୍ଦବାଲି,୧୬ା୮(ଡି.ଏନ୍‌.ଏ.)- ଦୁଃଖଦ ଘଟଣାକ୍ରମେ ଭଦ୍ରକ ଜିଲା ଆଦାନୀ ଡିପିସିଏଲ ଧାମରା ବନ୍ଦର ପରିସରରେ ମଙ୍ଗଳବାର ଏକ କୋଇଲା ଗଦା ଭୁଷୁଡି ପଡିବାରୁ ଘଟଣାସ୍ଥଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଶ୍ରମିକ ଆହତ ହୋଇଛନ୍ତି। ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ସେମାନଙ୍କୁ କୋଇଲା ଗଦାତଳୁ ଉଦ୍ଧାର କରାଯାଇଥିଲା। ମୃତାହତଙ୍କ ସଂଖ୍ୟାକୁ ନେଇ ଠିକ ତଥ୍ୟ ମିଳି ପାରିନାହିଁ। ମୃତକ ୩ ଶ୍ରମିକ ହେଲେ ଦୋସିଙ୍ଗା ପ୍ରଦ୍ୟୁତ୍‌ ନଗରର ଗୁରୁପଦ ମଣ୍ଡଳ ଓ ଦିଲ୍ଲୀପ ମଣ୍ଡଳ ଏବଂ ବାଲିଆପାଳ ବାଲେଶ୍ୱରର ସୁରେଶ ଗୋଚ୍ଛାୟତ। ଆହତଙ୍କୁ କମ୍ପାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ କ୍ଷତିପୂରଣ ଦାବିରେ ଲୋକେ କମ୍ପାନୀ ଗେଟ୍‌ରେ ଶବ ରଖି ଆନ୍ଦୋଳନ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। କମ୍ପାନୀ ପରିସରରେ ବ୍ୟାପକ ପୋଡ଼ାଜଳା ସହ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। କମ୍ପାନୀର କିଛି ବରିଷ୍ଠ କର୍ମଚାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିବା ବେଳେ ସେମାନଙ୍କୁ ମଧ୍ୟ କିଛି ଲୋକ ମାଡ ମାରିଥିବା ଜଣାଯାଇଛି। ଜିଲାପାଳ ଓ ଏସ୍‌ପି ଖବର ପାଇ ଧାମରାରେ ପହଞ୍ଚିଥିଲେ। 
    ଅଷ୍ଟ୍ରେଲିଆରୁ ଜାହାଜରେ ଆମଦାନୀ ହୋଇ ଆସିଥିବା କୋଇଲା ଖଣ୍ଡ ଧାମରା ବନ୍ଦର ପରିସରରେ ଗଦା ହୋଇ ରହିଛି। ବନ୍ଦର ପରିସରରୁ ଭଦ୍ରକ-ଧାମରା ରେଳପଥ ଦେଇ ଏହା ବିଭିନ୍ନ ଅଞ୍ଚଳକୁ ପରିବହନ ହୋଇଥାଏ। ଏହାକୁ ମେସିନ ସହାୟତାର ଟ୍ରେନରେ ଲୋଡ୍‌ କରାଯାଇଥାଏ ା  ତେବେ ଖରା ଓ ବର୍ଷାରୁ ରକ୍ଷା ଲାଗି କୋଇଲା ଗଦାକୁ ପଲିଥିନରେ ଢଙ୍କା ହୋଇ ରାଖାଯାଇଥାଏ। ଟ୍ରେନରେ କୋଇଲା ଲୋଡ ବେଳେ କୋଇଲା ଗଦା ଉପରୁ ପଲିଥିନକୁ ଖୋଲା ଯାଇଥାଏ। କାମ ସରିବା ପରେ ପୁଣି ଢଙ୍କା ଯାଇଥାଏ। ମଙ୍ଗଳବାର ସ୍ବାଧୀନତା ଦିବସ ପାଇଁ ଛୁଟି ଥିବାରୁ ପୂର୍ବାହ୍ନ ୧୦ଟା ବେଳେ କୋଇଲା ଗଦାକୁ ପାଲ ଢାଙ୍କିବା କାମରେ କମ୍ପାନୀର ୧୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ବର୍ଷା ପାଣିର ସୁଅ ପଡି ପ୍ରାୟ ୪୦ ଫୁଟ ଉଚ୍ଚ କୋଇଲା  ଗଦାର ବିଭିନ୍ନ ସ୍ଥାନରେ ଖାଲ ହୋଇ ଯାଇଥିଲା। ପଲିଥିନ ଢାଙ୍କିବା ହେବେ ହଠାତ ଗଧା ଧସିଯିବାରୁ ଶ୍ରମିକମାନେ ତାହା ତଳେ ପୋତି ହୋଇ ପଡିଥିଲେ। ଏହି ଖବର ଶୁଣି ବହୁ ସଂଖ୍ୟକ ଲୋକ ଗେଟ ଡେଇଁ କମ୍ପାନୀ ପରିସରରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡା କରିଛନ୍ତି। ଉତ୍ତେଜନା ପରିସ୍ଥିତି ଉପୁଜିବାରୁ ପୋଲିସ ଓ ଦମକଳ ଗାଡି କମ୍ପାନୀ ଭିତରକୁ ପଶି ପାରି ନ ଲଥିଲା। ଖବର ପାଇ ଜିଲାପାଳ, ଏସପି, ବିଭିନ୍ନ ଥାନାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା, ପରିବାର ଜଣେଙ୍କୁ ଚାକିରି ଓ ପିଲାଙ୍କର ପାଠପଢା ଦାୟିତ୍ୱ କମ୍ପାନୀ ନେବା ଆଦି ଦାବି ହୋଇଛି। ବନ୍ଦରାଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ମୁତୟନ  କରାଯାଇଛି।
ଭଦ୍ରକ ଅଫିସ/ଚାନ୍ଦବାଲି,୧୬ା୮(ଡି.ଏନ୍‌.ଏ.)- ଦୁଃଖଦ ଘଟଣାକ୍ରମେ ଭଦ୍ରକ ଜିଲା ଆଦାନୀ ଡିପିସିଏଲ ଧାମରା ବନ୍ଦର ପରିସରରେ ମଙ୍ଗଳବାର ଏକ କୋଇଲା ଗଦା ଭୁଷୁଡି ପଡିବାରୁ ଘଟଣାସ୍ଥଳରେ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଶ୍ରମିକ ଆହତ ହୋଇଛନ୍ତି। ପ୍ରାୟ ୩ ଘଣ୍ଟା ପରିଶ୍ରମ ପରେ ସେମାନଙ୍କୁ କୋଇଲା ଗଦାତଳୁ ଉଦ୍ଧାର କରାଯାଇଥିଲା। ମୃତାହତଙ୍କ ସଂଖ୍ୟାକୁ ନେଇ ଠିକ ତଥ୍ୟ ମିଳି ପାରିନାହିଁ। ମୃତକ ୩ ଶ୍ରମିକ ହେଲେ ଦୋସିଙ୍ଗା ପ୍ରଦ୍ୟୁତ୍‌ ନଗରର ଗୁରୁପଦ ମଣ୍ଡଳ ଓ ଦିଲ୍ଲୀପ ମଣ୍ଡଳ ଏବଂ ବାଲିଆପାଳ ବାଲେଶ୍ୱରର ସୁରେଶ ଗୋଚ୍ଛାୟତ। ଆହତଙ୍କୁ କମ୍ପାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏ ନେଇ କ୍ଷତିପୂରଣ ଦାବିରେ ଲୋକେ କମ୍ପାନୀ ଗେଟ୍‌ରେ ଶବ ରଖି ଆନ୍ଦୋଳନ କରିଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି। କମ୍ପାନୀ ପରିସରରେ ବ୍ୟାପକ ପୋଡ଼ାଜଳା ସହ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। କମ୍ପାନୀର କିଛି ବରିଷ୍ଠ କର୍ମଚାରୀ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିବା ବେଳେ ସେମାନଙ୍କୁ ମଧ୍ୟ କିଛି ଲୋକ ମାଡ ମାରିଥିବା ଜଣାଯାଇଛି। ଜିଲାପାଳ ଓ ଏସ୍‌ପି ଖବର ପାଇ ଧାମରାରେ ପହଞ୍ଚିଥିଲେ।     ଅଷ୍ଟ୍ରେଲିଆରୁ ଜାହାଜରେ ଆମଦାନୀ ହୋଇ ଆସିଥିବା କୋଇଲା ଖଣ୍ଡ ଧାମରା ବନ୍ଦର ପରିସରରେ ଗଦା ହୋଇ ରହିଛି। ବନ୍ଦର ପରିସରରୁ ଭଦ୍ରକ-ଧାମରା ରେଳପଥ ଦେଇ ଏହା ବିଭିନ୍ନ ଅଞ୍ଚଳକୁ ପରିବହନ ହୋଇଥାଏ। ଏହାକୁ ମେସିନ ସହାୟତାର ଟ୍ରେନରେ ଲୋଡ୍‌ କରାଯାଇଥାଏ ା  ତେବେ ଖରା ଓ ବର୍ଷାରୁ ରକ୍ଷା ଲାଗି କୋଇଲା ଗଦାକୁ ପଲିଥିନରେ ଢଙ୍କା ହୋଇ ରାଖାଯାଇଥାଏ। ଟ୍ରେନରେ କୋଇଲା ଲୋଡ ବେଳେ କୋଇଲା ଗଦା ଉପରୁ ପଲିଥିନକୁ ଖୋଲା ଯାଇଥାଏ। କାମ ସରିବା ପରେ ପୁଣି ଢଙ୍କା ଯାଇଥାଏ। ମଙ୍ଗଳବାର ସ୍ବାଧୀନତା ଦିବସ ପାଇଁ ଛୁଟି ଥିବାରୁ ପୂର୍ବାହ୍ନ ୧୦ଟା ବେଳେ କୋଇଲା ଗଦାକୁ ପାଲ ଢାଙ୍କିବା କାମରେ କମ୍ପାନୀର ୧୦ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ବର୍ଷା ପାଣିର ସୁଅ ପଡି ପ୍ରାୟ ୪୦ ଫୁଟ ଉଚ୍ଚ କୋଇଲା  ଗଦାର ବିଭିନ୍ନ ସ୍ଥାନରେ ଖାଲ ହୋଇ ଯାଇଥିଲା। ପଲିଥିନ ଢାଙ୍କିବା ହେବେ ହଠାତ ଗଧା ଧସିଯିବାରୁ ଶ୍ରମିକମାନେ ତାହା ତଳେ ପୋତି ହୋଇ ପଡିଥିଲେ। ଏହି ଖବର ଶୁଣି ବହୁ ସଂଖ୍ୟକ ଲୋକ ଗେଟ ଡେଇଁ କମ୍ପାନୀ ପରିସରରେ ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡା କରିଛନ୍ତି। ଉତ୍ତେଜନା ପରିସ୍ଥିତି ଉପୁଜିବାରୁ ପୋଲିସ ଓ ଦମକଳ ଗାଡି କମ୍ପାନୀ ଭିତରକୁ ପଶି ପାରି ନ ଲଥିଲା। ଖବର ପାଇ ଜିଲାପାଳ, ଏସପି, ବିଭିନ୍ନ ଥାନାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା, ପରିବାର ଜଣେଙ୍କୁ ଚାକିରି ଓ ପିଲାଙ୍କର ପାଠପଢା ଦାୟିତ୍ୱ କମ୍ପାନୀ ନେବା ଆଦି ଦାବି ହୋଇଛି। ବନ୍ଦରାଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବ୍ୟାପକ ପୋଲିସ ମୁତୟନ  କରାଯାଇଛି।

"/>

କୋଇଲା ଗଦା ଭୁଷୁଡି ୩ ଶ୍ରମିକଙ୍କ ମୃତ୍ୟୁ ବନ୍ଦର କମ୍ପାନୀ ପରିସରରେ ଭଙ୍ଗାରୁଜା, ଉତ୍ତେଜନା

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri