କେନ୍ଦୁଝର,୧୦ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ନୟାକୋଟ ଥାନା ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମରେ ମଙ୍ଗଳବାର ରାତିରେ ଡାଆଣି ସନ୍ଦେହରେ ଏକ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ା ସେମାନେ ହେଲେ ମଙ୍ଗଲ ସିଙ୍କୁ( ୨୪), ସତାରୀ ମୁଣ୍ଡା (୨୨) ଏବଂ ରୟା ହେମ୍ବ୍ରମ୍‌( ୨୨) ା ଅଭିଯୁକ୍ତ ମଙ୍ଗଲ ସିଙ୍କୁଙ୍କ ସାନ ଭାଇ ଅସୁସ୍ଥ ଥିବାରୁ ତାଙ୍କୁ ଗୁଣି କରାଯାଇଥିବା ସନ୍ଦେହ କରି  ଆକ୍ରମଣକାରୀମାନେ  ଭାମିଆ ପ୍ରଧାନ(୬୦) ଏବଂ ତାଙ୍କ ସ୍ତ୍ରୀ ଗାଙ୍ଗୀ ପ୍ରଧାନଙ୍କୁ ଘରେ ଶୋଇଥିବା ଅବସ୍ଥାରେ  ଆକ୍ରମଣ କରି ଟାଙ୍ଗିଆରେ ହାଣି ପକାଇଥିଲେ ା  ମା’ ବାପାଙ୍କୁ ରକ୍ଷା କରିବାକୁ ଯାଇ ପୁଅ ମଙ୍ଗଲ ସିଂ (୨୮) ଏବଂ ଝିଅ ସୁମିତ୍ରା ଆକ୍ରମଣକାରୀଙ୍କ ତୀରମାଡରେ ଗୁରୁତର ହୋଇଥିଲେ ା  ଆହତ ଦମ୍ପତିଙ୍କର ଘଟଣାସ୍ଥଳରେ  ମୃତ୍ୟୁ ଘଟିଥିଲା ା  ତୀରମାଡରେ ଆହତ ଝିଅପୁଅଙ୍କୁ  କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ା   ସୁମିତ୍ରାଙ୍କ ମୁଣ୍ଡରେ ତୀର ବାଜିଥିବା ବେଳେ ମଙ୍ଗଲଙ୍କ ଛାତି ତଳେ  ତୀର ଲାଗି ରହିଛି ା  ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ା ଅସ୍ତ୍ରୋପଚାର କରି ତାଙ୍କ ଦେହରୁ ତୀର ବାହାର କରିବାକୁ ଡାକ୍ତରମାନେ ଉଦ୍ୟମ  କରୁଥିବା ଖବର ମିଳିଛି ା  ଏହି ଡବଲ ମର୍ଡର ଘଟଣାରେ ପୋଲିସ ମଙ୍ଗଳବାର ସନ୍ଦେହରେ ଅଟକ ରଖିଥିବା ରଙ୍ଗମାଟିଆ ଗ୍ରାମର  ୩ ଅଭିଯୁକ୍ତଙ୍କୁ ପଚରାଉଚୁରା କରିବା ପରେ ଗୁରୁବାର  ଗିରଫ କରିଛି ା ଏ ନେଇ ଏକ ହତ୍ୟା ମାମଲା ରୁଜୁ ହୋଇଥିବା  ନୟାକୋଟ ଥାନା ଅଧିକାର ଯୁଧିଷ୍ଠିର ସାହୁ କହିଛନ୍ତି ା

"/>

ରଙ୍ଗମାଟିଆ ଡବଲ ମର୍ଡର ଘଟଣା ୩ ଅଭିଯୁକ୍ତ ଗିରଫ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri