ରାଇରଙ୍ଗପୁର,୮।୮(ଡି.ଏନ୍‌.ଏ.)-ରାଇରଙ୍ଗପୁର ପୋଲିସ ସର୍କଲ ଅଧୀନ ରାଇରଙ୍ଗପୁର ସହରାଞ୍ଚଳ ଥାନା ସମେତ ଗୋରୁମହିଷାଣି ଏବଂ ଜାମଦା ଥାନା ଅଞ୍ଚଳର ବିଭିନ୍ନ ରାସ୍ତାରେ ପୃଥକ୍‌ ପୃଥକ୍‌ ବାଇକ୍‌ ଦୁର୍ଘଟଣା ଘଟି ଜଣେ ମୃତ୍ୟୁବରଣ କରିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ରାତିରେ ଗୋରୁମହିଷାଣି ଥାନା ଅନ୍ତର୍ଗତ କଙ୍କଡ଼ାବେଡ଼ା ଚଢ଼େଇପାହାଡ଼ି ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଘଟି ମୁକୁଲ ମୁଣ୍ଡା(୩୦) ମୃତ୍ୟୁବରଣ କରିଥିବା ବେଳେ ବାଇକ୍‌ରେ ବସିଥିବା ପୂର୍ଣ୍ଣଚନ୍ଦ୍ର ମୁଣ୍ଡା(୨୪) ଗୁରୁତର ଆହତ ହୋଇଛନ୍ତି। ଏହି ଦୁଇ ଯୁବକଙ୍କ ଘର ଚଢ଼େଇପାହାଡ଼ି ଗାଁରେ ବୋଲି ଜଣାପଡ଼ିଛି। ସେହିପରି ଜାମଦା ଥାନା ଅନ୍ତର୍ଗତ ତାଳଗାଁ ରାସ୍ତାରେ ଗଡ଼ବସ୍ତିର ବିକାଶ ମହାକୁଡ଼(୧୮) ବାଇକ୍‌ରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି।

ଉକ୍ତ ଥାନା ଅଧୀନ ତାଳଗାଁ ରାସ୍ତାରେ ବାଇକ୍‌ରେ ଭାରସାମ୍ୟ ହରାଇ ଖସିପଡ଼ି ରୁପାଇଁ ହାଃସଦା(୪୫) ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଘୋଡ଼ାଡେଗା ଗ୍ରାମରେ ବୋଲି ଜଣାପଡ଼ିଛି। ସେହିପରି ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ମହୁଲଡିହା ବସ୍ତି ନିକଟବର୍ତ୍ତୀ ୨୨୦ ନମ୍ବର ଜାତୀୟ ରାଜପଥ ରାସ୍ତାରେ ବ୍ରାହ୍ମଣବୋଷ ଗ୍ରାମର ଡେବ ସର୍ଦ୍ଦାର(୩୦) ବାଇକ୍‌ରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତେବେ ଗ୍ରାମାଞ୍ଚଳରେ ବିଭିନ୍ନ ରାସ୍ତା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଥିବାରୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି।

"/>

ପୃଥକ୍‌ ପୃଥକ୍‌ ବାଇକ୍‌ ଦୁର୍ଘଟଣା: ୧ ମୃତ, ୪ ଗୁରୁତର

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri