କେନ୍ଦୁଝର, ୬।୮(ସ୍ବ.ପ୍ର.)- କେନ୍ଦୁଝର ଜିଲାରେ ରବିବାର ଚେଙ୍କ ଖାଇ ପୁଣି ଜଣେ ୨୫ ଦିନର ଶିଶୁର ମୃତ୍ୟୁ ଘଟିଛି। ସେ ହେଲେ ହରିଚନ୍ଦନପୁରର ଖରିବା ଗଁାର ମାଳତି  ଜୁଆଙ୍ଗଙ୍କ ପୁଅ। ପେଟ ରୋଗ ଭଲ ହେବା ପାଇଁ ତାଙ୍କୁ ଚେଙ୍କ ଦିଆଯାଇଥିଲା। ଅବସ୍ଥା ଗୁରୁତର ୨୯ ତାରିଖରେ ଶନିବାର ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ଏକ ସପ୍ତାହ ମଧ୍ୟରେ ଚେଙ୍କ ନେଇ ଅସୁସ୍ଥ ହୋଇପଡ଼ିଥିବା ଏହି ଅଞ୍ଚଳର ୨ ଜଣ ଶିଶୁଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗତ ୧ ତାରିଖରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ଘର କୁଲାଢାଙ୍କୁଣୀର କୁଳମଣୀ ଜୁଆଙ୍ଗଙ୍କ ପୁଅ। କେବଳ ଏହି ୨ ଶିଶୁ ନୁହନ୍ତି ଜୁଆଙ୍ଗ ପିଢି ଅଞ୍ଚଳରେ ଅନେକ ଶିଶୁଙ୍କୁ ଏଭଳି ଚେଙ୍କ ଦେଇ ଚିକିତ୍ସା କରାଯାଉଛି। ଅବସ୍ଥା ଗୁରୁତର ହେଲେ ଡାକ୍ତରଖାନା ଅଣାଯାଉଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଲୋକେ ରୋଗରୁ ମୁକୁଳିବା ଲାଗି ଶିଶୁଙ୍କୁ ଚେଙ୍କ ଦେଉଥିବା ଅଭିଯୋଗ ହେଉଛି। ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ଥିବା ଏବଂ ସଚେତନତା ଅଭାବ କାରଣରୁ ଚେଙ୍କ ଚିକିତ୍ସା ଭଳି ପନ୍ଥାକୁ ଲୋକେ ଆଦରୁଛନ୍ତି। ଫଳରେ ଅକାଳରେ ଶିଶୁଙ୍କ ଜୀବନ ଝରିପଡ଼ୁଛି।  

"/>

ଚେଙ୍କ ନେଲା ଆଉ ଏକ ଶିଶୁର ଜୀବନ

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri