୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି

ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ ସେ ଦର୍ଶକଙ୍କୁ ମନୋରଞ୍ଜନ ଦେବାକୁ ଆସିଛନ୍ତି । ହେଲେ ଏହି ମୁଭିକୁ ଦର୍ଶକେ ଏତେଟା ପସନ୍ଦ କରି ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅଭିନେତା ଇମରାନ ହାସମି ଗତ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ହିଟ ଫିଲ୍ମ ଦେଇ ପାରି ନାହାନ୍ତି ।
ଇମରାନ ତାଙ୍କ କ୍ୟାରିୟରର ଆରମ୍ଭ କେବଳ ଚକୋଲେଟ ଲଭୟ ବୟ ଭାବରେ କରି ନ ଥିଲେ ବରଂ କିଛି ସୁପରହିଟ୍ ଫିଲ୍ମ ବି ଭେଟି ଦେଇଥିଲେ ଦର୍ଶକଙ୍କୁ । ଏମିତି ସମୟ ଥିଲା ଯେତେବେଳେ ଇମରାନ ବଲିଉଡର ଜଣେ କାମୟାବ ଅଭିନେତା ଭାବେ ପରିଚିତ ଥିଲେ । ହେଲ ଏମିତି ଏକ ସମୟ ଆସିଲା ଯେତେବେଳେ ଇମରାନଙ୍କ ଅଭିନୀତ ପ୍ରାୟ ସବୁ ଫିଲ୍ମ ଫ୍ଲପ ହେବାରେ ଲାଗିଲା ଆଉ ଏହି ଅଭିନେତା ସଫଳ ଅଭିନେତା ତାଲିକାରୁ ବାହାରି ଗଲେ ।
ଏବେ ପୁଣିଥରେ ଇମରାନ ‘ସେଲଫି’ ମାଧ୍ୟମରେ କମବ୍ୟାକ କଲେ ସତ ହେଲେ ଏଥର ବି ସେ ସଫଳ ହେବାଭଳି କୌଣସି ସୂଚନା ଦେଖାଯାଉ ନାହିଁ । ଅକ୍ଷୟ କୁମାର ଓ ଇମରାନ ହାସମିଙ୍କ ଅଭିନୀତ ମୁଭି ‘ସେଲଫି’କୁ ଆରମ୍ଭରୁ ସେମିତି କୌଣସି ଆଟେଂନଶନ ମିଳି ନାହିଁ । ପ୍ରଥମ ଦିନ ମୁଭି ୬ କୋଟିରୁ କମ ବ୍ୟବସାୟ କରିଛି । ଦୁଇ ପପୁଲାର ଷ୍ଟାର ଥାଇ ବି ମୁଭିକୁ ଖାସ୍ ବୁଷ୍ଟ ଦେଇପାରି ନାହାନ୍ତି ।
ଇମରାନଙ୍କ କ୍ୟାରିୟରକୁ ଦେଖିଲେ ଗତ ପ୍ରାୟ ୧୦ ବର୍ଷ ମଧ୍ୟରେ ଗୋଟିଏ ବି ହିଟ ମୁଭି ଦେଇ ନାହାନ୍ତି ଅଭିନେତା । ଫଳରେ ଏବେ ତାଙ୍କ କ୍ୟାରିୟର ସଙ୍କଟରେ । ୨୦୧୩ରୁ ଆଜି ପର୍ଯ୍ୟନ୍ତ ଏକ ଥି ଡାୟନ, ଧନଚକ୍କର, ନଟୱରଲାଲ, ମିଷ୍ଟର ଏକ୍ସ ଭଳି ପ୍ରାୟ ୧୧ଟି ମୁଭିରେ ଲିଡ ରୋଲରେ ନଜର ଆସିଥିଲେ । ହେଲେ ସମସ୍ତ ମୁଭି ବକ୍ସ ଅଫିସରେ ଫ୍ଲପ ହୋଇଛି ।
ଇମରାନ ୨୦୦୩ରେ ଫିଲ୍ମ ‘ଫୁଟପାଥ‘ ଜରିଆରେ ବଲିଉଡରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ପ୍ରତିବର୍ଷ ପ୍ରାୟ ୨ଟି ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଥିଲେ । ହେଲେ ୨୦୧୮ପରେ ଅର୍ଥାତ୍ କରୋନା ସମୟରେ ୨୦୨୦ରେ ତାଙ୍କର ଗୋଟିଏ ବି ମୁଭି ଥିଏଟରରେ ଦେଖିବାକୁ ମିଳି ନ ଥିଲା । ଏବେ ତାଙ୍କର ସବୁ ଆଶା ସଲମାନଙ୍କ ମୁଭି ‘ଟାଇଗର ୩’ ସହ ଯୋଡି ହୋଇ ରହିଛି । ଏହା ଅଭିନେତାଙ୍କୁ ଏକ ନୂଆ ଲୁକରେ ଉପସ୍ଥାପନ କରିବ । ଏବେ ଦେଖିବାକୁ ରହିଲା ଯେ ଏହା ଇମରାନଙ୍କ କ୍ୟାରିୟରକୁ କେଉଁ ମୋଡ ଦେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri