ଦିନ ଦ୍ୱିପ୍ରହରରେ ଲୁଟ୍‌: ନେଇଗଲେ ୭ ଲକ୍ଷ ଟଙ୍କାର ଅଳଙ୍କାର


ଢେଙ୍କାନାଳ ଅଫିସ,୭।୧୨- ଢେଙ୍କାନାଳ ସହରସ୍ଥିତ କୁମ୍ଭାରସାହିରେ ଦିନ ଦ୍ୱିପ୍ରହରରେ ଗୁରୁବାର ବଡଧରଣର ଲୁଟ୍‌ ହୋଇଛି। ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଉକ୍ତ ଅଞ୍ଚଳରେ ରହୁଥିବା ସରକାରୀ କର୍ମଚାରୀ ଲିଆକତ୍‌ ଅଲ୍ଲୀଙ୍କ ଘରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଅଳଙ୍କାର, ଟଙ୍କା ଓ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଛନ୍ତି। ପ୍ରକାଶ ଯେ, ଲିଆକତ ଅଲ୍ଲୀ ଭୁବନ ବ୍ଲକରେ ଚାକିରି କରୁଥିବା ବେଳେ ତାଙ୍କ ସ୍ତ୍ରୀ ହୁସନମ୍‌ ବିବି ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟରେ କାମ କରନ୍ତି। ଉଭୟ ସକାଳେ ଘର ତାଲା ପକାଇ ନିଜ ନିଜ କାମକୁ ଯାଇଥିଲେ। ଅପରାହ୍ନ ସାଢେ ୫ଟା ସମୟରେ ଅଫିସ ସାରି ଘରକୁ ଫେରିବା ପରେ ଝରକା ତଡା ଯିବା ସହ ଘରୁ ଲୁଟ୍‌ ହୋଇଥିବା ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଘର ଭିତରୁ ୩ଟି ଆଲମିରା ଭାଙ୍ଗି ସୁନାଚୁଡି ୪ଟି, କାନଫୁଲ ୫ଟି, ଚେନ୍‌ ୨ଟି, ହାର ୧ଟି, ମୁଦି ୬ଟି, ଲକେଟ୍‌ ୪ଟି, ବ୍ରେସଲେଟ୍‌ ୧ଟି ଆଦିକୁ ମିଶାଇ ୨୨ଭରି ସୁନା ଅଳଙ୍କାର, ରୂପା ପାଉଁଜି ୨ଟି, ଗୋଟିଏ ଭିଡିଓ କ୍ୟାମେରା, ୪ଟି ହାତଘଣ୍ଟା, ନଗଦ ୪୨ହଜାର ଟଙ୍କା ଆଦି ଲୁଟି ନେଇଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ସେ ଟାଉନ ଥାନାକୁ ଖବରଦେବା ପରେ ପୋଲିସ ସନ୍ଧ୍ୟାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ଲୁଟ୍‌ ଘଟଣାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri