ତିରୋଧାନ ଦିବସରେ ମତ:ଆମ୍ବେଡକର ଦୂରଦର୍ଶୀ ସମ୍ବିଧାନ ପ୍ରଣେତା


ଢେଙ୍କାନାଳ ଅଫିସ, ୬।୧୨-ଢେଙ୍କାନାଳ ଆମ୍ବେଡକର ସ୍ମୃତି ସଂସଦ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବୁଧବାର ଡ. ବାବାସାହେବ ଆମ୍ବେଡକରଙ୍କ ୬୧ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଜିଲାପାଳ ଭୂପେନ୍ଦ୍ର ସିଂ ପୁନିଆ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଭୀମାରାଓ ଜଣେ ଦୂରଦର୍ଶୀ ସମ୍ବିଧାନପ୍ରଣେତା। ତାଙ୍କ ଅବଦାନ ପାଇଁ ଦେଶରେ ଆଜି ଗଣତନ୍ତ୍ର ଶାସନ ସମ୍ଭବ ହୋଇପାରିଛି ବୋଲି ଜିଲାପାଳ ମତବ୍ୟକ୍ତ କରିଥିଲେ। ନଗରପାଳ ସୁଧାଂଶୁ କୁମାର ଦଳେଇ, ଆମ୍ବେଡକର ସ୍ମୃତି ସଂସଦ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହେମନ୍ତ ନାୟକ, ସାମାଜିକକର୍ମୀ ସଂଗ୍ରାମ ମଲ୍ଲିକ, ଯୁଗଳ କିଶୋର ସେଠୀ, ଜିଲା ରେଡ୍‌କ୍ରସ୍‌ ଉପସଭାପତି ବିରଞ୍ଚତ୍ ନାରାୟଣ ପାଣି ପ୍ରମୁଖ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏପରି ମହାନ ଜନନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ନଗରପାଳ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସ୍ମୃତି ସଂସଦର ଅଧ୍ୟକ୍ଷ ଜିଲାସ୍ତରୀୟ ତିରୋଧାନ ଦିବସ ପାଇଁ ପ୍ରଶାସନ ପକ୍ଷରୁ ପାଣ୍ଠି ଆୟୋଜନ କରିବାକୁ ଅନୁରୋଧ କରିଥିଲେ। ଆଇନଜୀବୀ ମମତାଞ୍ଜଳି ବେହେରା ଧନ୍ୟବାଦ ପ୍ରଦାନ କରିିଥିଲେ। ସଂସଦର ଉପସଭାପତି ବନମାଳି ମଲ୍ଲିକ, ସମ୍ପାଦକ ବାଇଧର ନାୟକ ଏବଂ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଆମ୍ବେଡକର ଜ୍ୟୋତି ରଥ ନଗର ପରିକ୍ରମା କରିଥିଲା। ସେହିପରି ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ଶାଖା ପକ୍ଷରୁ ସମ୍ବିଧାନ ପ୍ରଣେତା ଭୀମରାଓଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ବାବାସାହେବ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ। ଦଳିତ ଆଦିବାସୀ ଓ ଅବହେଳିତ ସମାଜ ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ମତପ୍ରକାଶ ପାଇଥିଲା। ମଞ୍ଚର ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ଜିଲା କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଗୋପବନ୍ଧୁ ଟାଉନହଲ୍‌ଠାରେ ଆୟୋଜିତ ସଭାରେ ଆମ୍ବେଡକରଙ୍କ ସ୍ମୃତିଚାରଣ କରାଯାଇଥିଲା। ଜିଲା ସମାଜ ଏକତା ପରିଷଦ ସଭାପତି ଶ୍ରୀନାଥ ସାହୁ, ସୁରକ୍ଷା ମଞ୍ଚର ଉପସଭାପତି ଅଭିମନ୍ୟୁ ପାତ୍ର, ଗୀତା ନାୟକ, ଆବାହିକା ରଞ୍ଜୁବାଳା ନାୟକ, ହିରଣ୍ୟ ନାୟକ, କୁମୁଦିନୀ ନାୟ କ, ବୀରବର ଦେହୁରି, କୃପାସିନ୍ଧୁ ଦେହୁରି, ହଟ ଘଡ଼େଇ, ପ୍ରହଲ୍ଲାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୨୨ବିଶ ବିଶ୍ୱାବସୁ ଶବର ସମାଜର ଉପଦେଷ୍ଟା ଗଣେଶ୍ୱର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri