ହରଡ଼ଘଣାରେ ରାସୋଳ ଆଇଆଇସି


ଢେଙ୍କାନାଳ ଅଫିସ, ୬। ୧୨-ଗଞ୍ଜେଇ ଖୋଜିବା ଆଳରେ ଜଣେ ଦଳିତ ମହିଳାଙ୍କୁ ଘରେପଶି ବଳାତ୍କାର ଉଦ୍ୟମ କରିବା ଅଭିଯୋଗ ଆସିବା ପରେ ହରଡ଼ଘଣାରେ ପଡ଼ିଛନ୍ତି ରାସୋଳ ଆଇଆଇସି ସନ୍ତୋଷ ପ୍ରଧାନ। ତାଙ୍କ ନାମରେ ଢେଙ୍କାନାଳ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ମାମଲା ରୁଜୁ ହୋଇଛି। ଜିଲା ଦୌରାଜଜ୍‌ ପ୍ରଣିତା ମହାନ୍ତି ବୁଧବାର ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ଅକ୍ଟୋବର ୨୨ ରାତି ପ୍ରାୟ ୭ଟାରେ ରାସୋଳ ଥାନା କାରନ୍ଦା ଗ୍ରାମର ଜଣେ ମହିଳା (୨୯ବର୍ଷ) ଘରେ ଏକୁଟିଆ ଥିଲେ। ଏହି ସମୟରେ ଥାନାଧିକାରୀ ଘରେ ପଶି ସମ୍ପୃ୍‌କ୍ତ ମହିଳାଙ୍କ ମା’ଙ୍କୁ ଖୋଜିଥିଲେ। ଉକ୍ତ ସମୟରେ ମହିଳାଙ୍କ ମା’ ଘରେ ନ ଥିଲେ। ଏହାର ସୁଯୋଗରେ ଆଇଆଇସି ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲେ। ମହିଳାଜଣକ ଚିତ୍କାର କରିବାରୁ ଥାନାଧିକାରୀ ଘର ଭିତରେ ଗଞ୍ଜେଇ କେଉଁଠି ରଖାଯାଇଛି ବୋଲି କହି ଖୋଜିଥିଲେ। ମହିଳାଙ୍କ ପାଟିଶୁଣି ପାଖ ଘରେ ରହୁଥିବା ଅନ୍ୟଜଣେ ମହିଳା ପଳାଇ ଆସିବାରୁ ଥାନାଧିକାରୀ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ପରେ ଏ ସମ୍ପର୍କରେ ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲେ। ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପ୍ରଥମେ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାସତ୍ତ୍ୱେ ଅଭିଯୁ୍‌କ୍ତ ଥାନାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ସବୁଆଡୁ ନିରାଶ ହେବା ପରେ ଶେଷରେ ସେ ନ୍ୟାୟ ପାଇଁ ଅଦାଲତର ଆଶ୍ରୟ ନେଇଥିଲେ। ଏ ସଂକ୍ରାନ୍ତରେ ଜିଲା ଦୌରାଜଜ୍‌ ଓ ସ୍ବତନ୍ତ୍ର ଜଜ୍‌ଙ୍କ ଅଦାଲତରେ ସିଟି ସ୍ପେଶାଲ କେସ୍‌ ନଂ. ୯୭/୧୭, ଦଫା ୪୫୭, ୩୭୬, ୫୧୧, ୩ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇଥିବା ମହିଳାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରତାପ ନାରାୟଣ ତ୍ରିପାଠୀଙ୍କ କହିଛନ୍ତି। ଅନ୍ୟପଟେ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ବୁଧବାର ଅଭିଯୋଗକାରିଣୀ ମହିଳାଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଥିବା ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ନବକିଶୋର ସାହୁ ସୂଚନା ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri