ଏମ୍‌ପିଙ୍କ ଦିନିକିଆ ପାଲଲହଡ଼ା ଗସ୍ତ: ଗଁ। ବୁଲିଲେ, ସୁଖ-ଦୁଃଖ ବୁଝିଲେ


ପାଲଲହଡ଼ା,୧୦।୧୧(ଡି.ଏନ.ଏ.)- ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଶୁକ୍ରବାର ଦିନିକିଆ ପାଲଲହଡ଼ା ଗସ୍ତ କରିଥିଲେ। ସେ ବିଭିନ୍ନ ପଞ୍ଚାୟତ, ଗଁ। ବୁଲି ଲୋକଙ୍କ ସୁଖ-ଦୁଃଖ ବୁଝିବା ସହ ରହିଥିବା ସମସ୍ୟା ଓ ତାହାର ସମାଧାନ ସମ୍ପର୍କରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ। ଏମ୍‌ପି ଗଁ। ମୁଣ୍ଡରେ ପହଞ୍ଚିବା ମାତ୍ରେ ଛାତ୍ରୀଛାତ୍ର ଓ ମହିଳା ଗୋଷ୍ଠୀ ତରଫରୁ ତାଙ୍କୁ ବିପୁଳ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୧ଟାରେ ଏମ୍‌ପି ସତପଥୀ ପ୍ରଥମେ ପରାଛାଟ ପଞ୍ଚାୟତର କଲଣ୍ଡା ଗ୍ରାମ ଗସ୍ତ କରିଥିଲେ। ଏମ୍‌ପି ପହଞ୍ଚିବା ମାତ୍ରେ ନୂତନ ଭାବେ ନିର୍ବାଚିତ ହୋଇଥିବା ପାଲଲହଡ଼ା ମାଲ୍ୟଗିରି ମହାବିଦ୍ୟାଳୟ ଛାତ୍ର ସଂସଦ ସଭାନେତ୍ରୀ ସୁଶ୍ରୀ ଶ୍ରାବଣୀ ମହାନ୍ତ ଏବଂ ଛାତ୍ରୀଛାତ୍ରମାନେ ବିପୁଳ ସ୍ବାଗତ କରିଥିଲେ। ଗଁ। ଖେଳ ପଡ଼ିଆରେ ଏମ୍‌ପିଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି ଅର୍ଥରେ ନିର୍ମିତ ନୂତନ ଦର୍ଶକ ଗ୍ୟାଲେରୀକୁ ନିଜେ ଏମ୍‌ପି ସତପଥୀ ଉଦ୍‌ଘାଟନ କରିଥିଲେ। ପରେ ପାଣି ସମସ୍ୟା ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଏମ୍‌ପି ଆଲୁରି ଗ୍ରାମକୁ ଗସ୍ତ କରିଥିଲେ। ସେଠାରେ ମଧ୍ୟ ମହିଳା ସଂଘ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗଁ। ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ପରେ ଏମ୍‌ପି ଇଞ୍ଜିଡି ପଞ୍ଚାୟତର ସାଆନ୍ଦା, ଇଞ୍ଜିଡି ଗ୍ରାମ, ଦେବାହାଳି, ରେଙ୍ଗାଳମୁଣ୍ଡା, ମଗରମୁହଁ।ଣ, ହଂସଳା, ବାଙ୍ଖୋଲ, ରୋହିଲା ଆଦି ଗଁ।କୁ ଯାଇ ରାସ୍ତା, ବିଦ୍ୟୁତ୍‌, ପାଣି ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁଦାନ ମଧ୍ୟ ଘୋଷଣା କରିଥିଲେ। ଏମ୍‌ପିଙ୍କ ସହ ଯୁବନେତା ଯୁଧିଷ୍ଠିର ଗଡ଼ନାୟକ, ମାନସ କୁମାର ସାହୁ, କଣିହଁ। ବ୍ଲକ ବିଜେଡି ସଭାପତି କୈଳାସ ଚନ୍ଦ୍ର ସାହୁ, ଶ୍ରାବଣୀ ମହାନ୍ତ, ଛାତ୍ର ନେତା ଶକ୍ତିକାନ୍ତ ସାହୁ, ସୁମନ୍ତ ପ୍ରଧାନ, ହିମାଂଶୁ ପ୍ରଧାନ, ଖଗେଶ୍ୱର ପ୍ରଧାନ, ଅଜିତ ପ୍ରଧାନ, ପବିତ୍ର ସାହୁ, ଅଚ୍ୟୁତ ସାହୁଙ୍କ ସମେତ ବହୁ ସମର୍ଥକ ଏବଂ ବିଜେଡି ନେତା ଗଁ। ବୁଲିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri