୭ ଦଫା ଦାବିରେ ଅର୍ଥନୈତିକ ଅବରୋଧ


ପାଲଲହଡ଼ା,୧୦।୧୧(ଡି.ଏନ.ଏ.)- ଆମ ଗଁ। ଆମ ବିକାଶ ପରିଷଦ ପକ୍ଷରୁ ୭ ଦଫା ଦାବି ନେଇ ଶୁକ୍ରବାର ପାଲଲହଡ଼ା ବ୍ଲକ ଖମାରଠାରେ ୧୪୯ନଂ. ଜାତୀୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରାଯାଇଥିଲା। ପରିଷଦର ଅଧ୍ୟକ୍ଷ ହରମୋହନ ପ୍ରଧାନଙ୍କ ନେତୃତ୍ୱରେ ୧୦୦ରୁ ଅଧିକ ସଦସ୍ୟ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖମାର ମୁଖ୍ୟ ବଜାରଦେଇ ଯାଇଥିବା ରାଜପଥ ଉପରେ ବସି ରହିଥିଲେ। ପ୍ରସ୍ତାବିତ ସମାକୋଇ-ଚକଧର ପ୍ରକଳ୍ପ ତୁରନ୍ତ ନିର୍ମାଣ, ଅନୁଗୋଳ ଓ କେନ୍ଦୁଝର ଜିଲା ଖଣିଜ ପାଣ୍ଠି ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ବିନିଯୋଗ କରାଯିବା, ରେଙ୍ଗାଳି ଓ ସମଲ ନଦୀବନ୍ଧ ଦ୍ୱାରା ବିସ୍ଥାପିତ କର୍ମଚାରୀମାନଙ୍କ କ୍ଷତିପୂରଣ ସମ୍ପର୍କରେ ଗତ ୯।୭।୨୦୧୦ର ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବା, ହାତୀ ଉପଦ୍ରବ, ମରୁଡ଼ି ଜନିତ କ୍ଷତିପୂରଣ ପ୍ରଦାନ ଏବଂ ଜଙ୍ଗଲ ଜମି ଅଧିକାରକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଆଦି ୭ ଦଫା ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା ବୋଲି ପରିଷଦ ଆବାହକ ଲଳିତ ମୋହନ ପ୍ରଧାନ କହିଛନ୍ତି। ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଆବାହକ ପ୍ରଧାନ ଚେତାବନୀ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ କୁମାର ସୁରେନ, ବଳଭଦ୍ର ବେହେରା, ଯଶୋବନ୍ତ ମିଶ୍ର, ଧରଣୀଧର ବିଶ୍ୱାଳ, କହ୍ନେଇ ସେଠୀ, ପ୍ରସନ ସାହୁ, ରଞ୍ଜିତ ପ୍ରଧାନ, ବିକାନ୍ଦ ସାହୁ, ଉଗ୍ରସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ଦୋଳନସ୍ଥଳରେ ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲା।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri