ଜାତୀୟ ଆଇନ ସେବା ଦିବସ :ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା


ଅନୁଗୋଳ ଅଫିସ,୯।୧୧- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ତରଫରୁ ୧୦ ଦିନିଆ ଆଇନସେବା ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଗୁରୁବାର ପ୍ରାଧିକରଣ ତରଫରୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଗୋଳ ସହର ପରିକ୍ରମା କରିଥିଲା। ସିଜେଏମ୍‌ ସୁରେଶ ପ୍ରଧାନ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ଜିଲା ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ୧୦ ଦିନର ପାଳନ ଅବଧି ଉପଲକ୍ଷେ ଅଦାଲତ ପରିସରରେ ଆୟୋଜିତ ଏକ ଶିବିରକୁ ଜିଲା ଦୌରାଜଜ୍‌ ସଞ୍ଜୟ କେଶରୀ ସ୍ବାଇଁ ଉଦ୍‌ଘାଟନ କରିଥିଲେ। ସମ୍ବିଧାନରେ ସାମାଜିକ ଏବଂ ଆର୍ଥତ୍କ ସ୍ତରରେ ପଛୁଆ ଥିବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଆଇନସେବା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହି ସୁବିଧା ଜାତୀୟ, ରାଜ୍ୟ, ଜିଲା ଏବଂ ତାଲୁକସ୍ତରରେ କାର୍ଯ୍ୟ କରୁଥିବା ଆଇନସେବା ପ୍ରାଧିକରଣ ଓ କମିଟିମାନଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ। ଏହା ବ୍ୟତୀତ ଲୋକ ଅଦାଲତ, ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ପରି ବିକଳ୍ପ ବିବାଦ ସମାଧାନ ସୂତ୍ର ମଧ୍ୟମରେ ବିଚାରଧୀନ ଏବଂ ପ୍ରାକ୍‌-ମକଦ୍ଦମା ସ୍ତରର ବିବାଦର ଆଶୁ, ସହଜ ଓ ସରଳ ସମାଧାନ କରାଯାଏ। ଏଣୁ ଏହି ଦଶ ଦିବସୀୟ ଶିବିର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଅପରାହ୍ନରେ ଜିଲାପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଜିଲା ଦୌରାଜଜ ସ୍ବାଇଁ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଏଡିଜେ ସୌଭାଗିନୀ ମଲ୍ଲିକ, ସବଜଜ୍‌ ଅଜୟ କୁମାର ପ୍ରଧାନ, ଏସ୍‌ଡିଜେଏମ୍‌ ବିନୟ ପାତ୍ର, ଜେଏମ୍‌ଏଫ୍‌ସି ଶାନ୍ତା ସାମଲ ଓ ଓକିଲସଂଘ ସଭାପତି ଦିଲୀପ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାଧିକରଣ ସଚିବ ଅଭିନନ୍ଦିତା ପଣ୍ଡାଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିବା ବେଳେ ବରିଷ୍ଠ ଆଇନଜୀବୀ ବସନ୍ତ କୁମାର ଦାସ, ରିଟେର୍ଣ୍ଣର ବୈକୁଣ୍ଠ କୁମାର ପ୍ରଧାନ, ପ୍ରାଧିକରଣ ସଦସ୍ୟ ପର୍ଶୁରାମ ଦାଶଙ୍କ ସମେତ ସମ୍ମୁଖ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri