ବିକ୍ଷୋଭ, ୯ ଦଫା ଦାବିପତ୍ର ପ୍ରଦାନ


ତାଳଚେର,୮ା୧୧(ନି.ପ୍ର.)- ଭାରତୀୟ ମଜଦୁର ସଂଘ ସହ ସହବନ୍ଧିତ ଓଡ଼ିଶା ସିକ୍ୟୁରିଟି ଆଣ୍ଡ ସର୍ଭିସ ଏମ୍ପ୍ଲଇଜ ୟୁନିୟନ ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଉପଜିଲାପାଳ ଓ ସମସ୍ତ ଏରିଆର ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସିକ୍ୟୁରିଟି କର୍ମଚାରୀମାନେ ଲିଙ୍ଗରାଜ ଏରିଆରେ ଏକତ୍ରିତ ହୋଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜେନେରାଲ ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଶୋଭାଯାତ୍ରା ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ଏକ ପ୍ରତିନିଧିଦଳ ଉପଜିଲାପାଳଙ୍କୁ ଭେଟି ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହା ପରେ ସିକ୍ୟୁରିଟି କର୍ମଚାରୀମାନେ ଶୋଭାଯାତ୍ରାରେ ସମସ୍ତ ମହାପ୍ରବନ୍ଧକ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ବକେୟା ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା, କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକଙ୍କୁ ଏମ୍‌ସିଏଲ୍‌ରେ ସ୍ଥାୟୀ ନିଯୁକ୍ତି, ନିଶୁଳ୍କ ସ୍ବାସ୍ଥ୍ୟସେବା, କ୍ଷତିଗ୍ରସ୍ତଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି, ଏମ୍‌ସିଏଲ୍‌ରେ ଓଆଇଏସ୍‌ଏଫ୍‌ଙ୍କୁ ନିଯୁକ୍ତି ନ ଦେବା, ଦରମା ସ୍ଲିପ ଯୋଗାଇ ଦେବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ତୁରନ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କୃଷ୍ଣଚନ୍ଦ୍ର ମିଶ୍ର, ଶ୍ରୀନିବାସ ଖୁଣ୍ଟିଆ, ସଞ୍ଜୟ ମାଝି, ପ୍ରଶାନ୍ତ ଜେନା, ମୋହନ ଚରଣ ନାୟକ, ରଞ୍ଜନ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri