ସ୍ମେଲଟରରେ ବାବା ପଶିଯିବା ଘଟଣା : ନାଲ୍‌କୋ ତରଫରୁ ତଦନ୍ତ ଆରମ୍ଭ


ବଅଁରପାଳ,୬।୧୧(ଡି.ଏନ.ଏ)- ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଶନିବାର ରାତିରେ ୨ଜଣ ଗେରୁଆ ବସ୍ତ୍ର ପରିଧାନ କରିଥିବା ବାବା ପଶି ଯିବା ଘଟଣାରେ ପ୍ରକଳ୍ପ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ରାତିରେ ସି-ସିଫ୍ଟ ଯାଉଥିବା କର୍ମଚାରୀମାନେ ପ୍ଳାଣ୍ଟ ପରିସରକୁ ଯାଉଥିବା ସମୟରେ ସେମାନଙ୍କ ସହିତ ଏହି ୨ଜଣ ବାବା ଭିତରେ ପଶି ଯାଇଥିଲେ। ପ୍ଲାଣ୍ଟ ମଧ୍ୟକୁ ଯିବାବେଳେ ଗେଟ୍‌ପାସ୍‌ ଓ ହେଲ୍‌ମେଟ ଯାଞ୍ଚ କରାଯିବାର ନିୟମ ଥିଲେ ବାବାଙ୍କ କ୍ଷେତ୍ରରେ ଏହା କରାଯାଇ ନ ଥିଲା। ଉଭୟେ ପଟ୍‌ଲାଇନ୍‌ରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ। ପରେ ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଏହା ଜାଣିପାରି ଦୁଇ ବାବାଙ୍କୁ ବାହାରକୁ ବାହାର କରିଥିଲେ। ଏ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରକଳ୍ପ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି। ଏ ସମ୍ପର୍କରେ ନାଲ୍‌କୋ ମାନବସମ୍ବଳ ବିଭାଗର ନିର୍ଦ୍ଦେଶକ ବି. କେ. ଠାକୁରଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ପ୍ଲାଣ୍ଟ ପରିସରରେ ୨ଜଣ ବାବା ପଶି ଯାଇଥିବା ନେଇ ତାଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri