ଜିଲାସ୍ତରୀୟ ଜନଶୁଣାଣି ଶିବିର : ୧୯ଜଣଙ୍କୁ ମିଳିଲା ଆର୍ଥତ୍କ ସହାୟତା


ଅନୁଗୋଳ ଅଫିସ,୬।୧୧- ଜିଲା କାର୍ଯ୍ୟାଳୟ କୋର୍ଟ ରୁମ୍‌ଠାରେ ସୋମବାର ଜିଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୋଟ ୧୪୩ ଅଭିଯୋଗରୁ ୧୨୩ଟି ବ୍ୟକ୍ତିଗତ ଓ ୨୦ଟି ଗ୍ରାମ୍ୟ ଭିତ୍ତିକ ସମସ୍ୟା ସମ୍ପର୍କିତ ରହିଥିଲା। ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲା ରେଡ଼କ୍ରସ ପାଣ୍ଠିରୁ ୫ଜଣଙ୍କୁ ୯ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୪ଜଣଙ୍କୁ ୬୬ ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଛି। ସେହିପରି ବଅଁରପାଳ ଜରଡ଼ା ଗ୍ରାମର କୁଶଧ୍ୱଜ ସିଂଙ୍କୁ ଜିଲାପାଳ ରେଡ଼କ୍ରସ ପାଣ୍ଠିରୁ ଏକ ଦୋକାନ କରି ଗୁଜୁରାଣ ମେଣ୍ଟାଇବା ନିମନ୍ତେ ୧୦ହଜାର ଟଙ୍କାର ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ପ୍ରକାଶଥାଉ କି, କୁଶଧ୍ୱଜଙ୍କ ମୁହଁରେ ବଢ଼ୁଥିବା ମାଂସ ପିଣ୍ଡୁଳାର ଚିକିତ୍ସା ନିମନ୍ତେ ପୂର୍ବରୁ ସେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ଏହି ମାଂସ ପିଣ୍ଡୁଳାର ଆସ୍ତ୍ରୋପଚାର ନିମନ୍ତେ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପୂର୍ବରୁ ଥିବା ୨୮ଟି ଅଭିଯୋଗର ସମାଧାନ କରାଯାଇଥିଲା। ଦୂରଦୂରାନ୍ତରୁ ଆସିଥିବା ଲୋକମାନେ ସାଧାରଣତଃ ଭତ୍ତା, ଇନ୍ଦିରାଆବାସ, ବିଜୁ ପକ୍କାଘର, ପାନୀୟଜଳ ଯୋଗାଣ, ବିଦ୍ୟୁତ୍‌ ସଂଯୋଗ, ରାସ୍ତା ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ବିସ୍ଥାପନ ଓ ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଜିଲାପାଳଙ୍କ ନିକଟରେ ଗୁହାରି କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ହଁାସଦା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଉପଜିଲାପାଳ ସରୋଜକାନ୍ତ ମହାନ୍ତି, ଡେପୁଟି କଲେକ୍ଟର ବଇତୁରା ଦୀପ୍‌ ଓ ଆସିଷ୍ଟାଣ୍ଟ କଲେକ୍ଟର ଲମ୍ବୋଦର ମାରାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri