ଅନନ୍ତଶୟନ ପୀଠରେ ବାଲିଯାତ୍ରା


ପରଜଙ୍ଗ, ୪।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଅନନ୍ତଶୟନ ପୀଠରେ ଦୁଇଦିନ ଧରି ଚାଲିଥିବା ବାଲିଯାତ୍ରା ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଦିବସରେ ମୁଖ୍ୟଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି, ସମ୍ମାନିତ ଅତିଥି ପାଲଲହଡ଼ା ବିଧାୟକ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ଥାନାଧିକାରୀ ଲିଙ୍ଗରାଜ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ। ଲୋକନୃତ୍ୟ, ପାରମ୍ପରିକ ବାଦ୍ୟରେ ମୁଖରିତ ହୋଇଥିଲା ପ୍ରଥମ ସନ୍ଧ୍ୟା। ଘୁଡ଼ୁକି, ଓଡ଼ିଶୀ ନୃତ୍ୟ ସହ ଏବଂ ସ୍ବନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଶନିବାର ଅନନ୍ତଶୟନ ପୀଠ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲେ। ମାମାଲି ବାରିକ, ପ୍ରିୟଦର୍ଶିନୀ ପୃଷ୍ଟି, ଗାୟତ୍ରୀ ପୃଷ୍ଟି, ରିତୁପ୍ରଜ୍ଞା ପ୍ରିୟଦର୍ଶିନୀ, ମାମାଲି ପୃଷ୍ଟି, ଲିପ୍ସା ରଣା, ଇପ୍‌ସିତା ପୃଷ୍ଟି ସାଧବବୋହୂ ଏବଂ ବିଶ୍ୱଜିତ ବେହେରା, ବିଶ୍ୱରଞ୍ଜନ ସିଂ, ସୌମ୍ୟରଞ୍ଜନ ପୃଷ୍ଟି, ସୂର୍ଯ୍ୟକାନ୍ତ ବେହେରା, ତ୍ରୈଲୋକ୍ୟ ବେହେରା, ଅନୁରାଗ ସିଂ, ଲମ୍ବୋଦର ବାରିକ ସାଧବପୁଅ ବେଶ ପ୍ରତିଯୋଗିତାରେ ଭାଗ ନେଇଥିଲେ। ନାଉରିଆ ଭାବେ ଚନ୍ଦ୍ରମଣି ବେହେରା ଡଙ୍ଗା ଚାଳନା କରିଥିଲେ। ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅଶୋକ ଦାସ, ଅଭିନେତ୍ରୀ ନିତୁ ସିଂ, ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ। ଏହି ଅବସରରେ ଛୋଟ ଛୋଟ ପିଲାଙ୍କୁ ନେଇ କୁଇଜ୍‌ ପ୍ରତିଯୋଗିତା, ସମ୍ବଲପୁରୀ ନୃତ୍ୟ, ସହ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ୨୦ହଜାରରୁ ଊର୍ଦ୍ଧ୍ୱ ସଂସ୍କୃତିପ୍ରେମୀ ଯୋଗଦେଇଥିଲେ। ରବି ବିଶ୍ୱାଳ, ରାଜ କିଶୋର ସାହୁ ମଞ୍ଚ ପରିଚାଳନା କରିଥିଲେ। କମିଟି ସଭାପତି ରାମାନନ୍ଦ ସିଂ, ଯୁବ ସଭାପତି ସୁଶାନ୍ତ ସିଂ, ସାଙ୍ଗଠନିକ କର୍ମକର୍ତ୍ତା ସୁରେଶ ଚନ୍ଦ୍ର ବରାଳଙ୍କ ସମେତ କମିଟି କର୍ମକର୍ତ୍ତା ସହଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ରାମଚନ୍ଦ୍ର ମହାଳିକ ଏବଂ ପୋଲିସ କର୍ମଚାରୀ ଶାନ୍ତିଶୃଙ୍ଖଳାରେ ନିୟୋଜିତ ଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri