ତ୍ୟାଗ ମନୋଭାବରେ କାମ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି


କଣିହାଁ, ୬।୯(ଡି.ଏନ.ଏ.)- ପୂଜ୍ୟପୂଜାଙ୍କୁ ଅବହେଳା କଲେ କୌଣସି ଜାତି ଆଗେଇପାରିବ ନାହିଁ। ଯେଉଁମାନେ ସ୍ବାଧୀନତା ସଂଗ୍ରାମରେ ଭାଗ ନେଇ ଆମକୁ ସ୍ବାଧୀନ କରିଛନ୍ତି ସେମାନେ ସର୍ବଦା ନମସ୍ୟ। ତେଣୁ ତ୍ୟାଗ ମନୋଭାବ ରଖି ଦେଶପାଇଁ କାମ କରିବା ସେମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କଣିହାଁ ବ୍ଲକସ୍ଥିତ ଗାନ୍ଧୀ ସ୍‌ୃତିପୀଠଠାରେ ୮୦ ତମ ପ୍ରଜାମଣ୍ଡଳ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ତାଳଚେର ସ୍ବାଧୀନତା ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଟ୍ରଷ୍ଟର ସଭାପତି ସୁଧାକର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ନୃସିଂହଚରଣ ସାହୁ, ମୁଖ୍ୟବକ୍ତା ଭାବେ ବିଭିନ୍ନ ଅନୁଷ୍ଠାନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପାଲଲହଡା ବିଧାୟକ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, କଣିହାଁସ୍ଥିତ ଏନ୍‌ଟିପିସି ପ୍ରକଳ୍ପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାମ କୁବେର ଯୋଗଦେଇଥିଲେ। ସ୍ବତନ୍ତ୍ର ଅତିଥିଭାବେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ସ୍ବାଧୀନତା ସଂଗ୍ରାମୀ ବିଚ୍ଛନ୍ଦଚରଣ ପ୍ରଧାନ ମଞ୍ଚାସୀନ ହୋଇଥିଲେ। ଏହି ଅବସରରେ ଗଡଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ସ୍ମୃତିଚାରଣ କରାଯାଇଥିଲା। ବ୍ଲକର ବିଭିନ୍ନ କଲେଜ, ହାଇସ୍କୁଲରେ ପୂର୍ବ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ଟ୍ରଷ୍ଟ ତରଫରୁ ଅତିଥିମାନେ ପୁରସ୍କୃତ କରିଥିଲେ। ଅତିଥିମାନେ ଉପସ୍ଥିତ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟର ସମ୍ପାଦକ ଉକାଳୁ ସାହୁ ସମ୍ପାଦକୀୟ ପାଠ କରିଥିଲେ। ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ‘ଆମେ ସଂଗ୍ରାମୀ’ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଡ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଅତିଥି ପରିଚୟ ଦେଇଥିଲେ। ନୃସିଂହ ବରାଳ ଧନ୍ୟବାଦ ଦେଇଥିଲେ। ବ୍ଲକର ରେଙ୍ଗାଳିଠାରୁ ପୁରୀ ପର୍ଯ୍ୟନ୍ତ ଏକ ସରକାରୀ ବସ୍‌ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟଅତିଥି କହିଥିଲେ। ଟ୍ରଷ୍ଟ ସହସମ୍ପାଦକ ପ୍ରଦ୍ୟୁମ୍ନ ସାହୁ, କୋଷାଧ୍ୟକ୍ଷ କଷ୍ଟୁଚରଣ ସାମଲ ପ୍ରମୁଖ ସହଯୋଗ କରିଥିଲେ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri